27.8 C
Bhubaneswar
Thursday, April 18, 2024
Homeଓଡିଶାଜାଗର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜାଗର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ : କପିଳାସ ଚନ୍ଦ୍ରଶେଖର ଜୀଉ ମହାଦେବଙ୍କ ପୀଠରେ ଚଳିତବର୍ଷ ମାର୍ଚ୍ଚ ୧୧ରେ ପାଳିତ ହେବାକୁ ଥିବା ଜାଗର ଯାତ୍ରା ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଳ୍ଲା ସଦ୍ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ଧିରେ ଧିରେ ବଢୁଥିବାରୁ ଯାତ୍ରା ସହିତ ଠାକୁରଙ୍କ ନୀତିକାନ୍ତି କିଭଳି ଢଙ୍ଗରେ ହେବ ତାକୁ ନେଇ ପ୍ରଶାସନ ଚିନ୍ତାରେ ପଡିଛି । ଏଥିଲାଗି ମାର୍ଚ୍ଚ ମାସର ଗାଇଡଲାଇନକୁ ଅପେକ୍ଷା କରାଯାଇଛି । ଅନ୍ୟପଟେ ରାଜପୁରୋଧାଙ୍କ ଦ୍ୱାରା ଜାଗର ଯାତ୍ରାର ନୀତିନିର୍ଘଂଟ ସ୍ଥିର କରାଯାଇଛି । ତଦନୁଯାୟୀ ପ୍ରାତଃ ୩ ଟା ୫୫ରେ ବେଢା ପୁଜା ପରେ ୪ଟା ୨୦ ରେ ମହାଦୀପ ଉଠିବ ବୋଲି ନିଷ୍ପତି ନିଆଯାଇଛି ।

ଏହି ଯାତ୍ରା ନିମନ୍ତେ ଆୟୋଜିତ ବୈଠକରେ ଜିଲ୍ଲାପାଳ କୁହନ୍ତି ଯେ, ମାର୍ଚ୍ଚ ୯ ଶୁଦ୍ଧା ପୀଠରେ ସ୍ଥାୟୀ ଆଲୋକିକରଣ ଶେଷ ହେବ । ମାର୍ଚ୍ଚ ୫ ତାରିଖ ପରେ ଜନସମାଗମ ଓ ଭଜନ କାର୍ଯ୍ୟକ୍ରମ ସଂପର୍କରେ ନିଷ୍ପତି ନିଆଯିବ । କେବଳ ଅନୁମତି ପ୍ରାପ୍ତ ଜାନବାହାନ ଗୁଡିକ ପୀଠକୁ ପଠାଯିବ । ପ୍ଲାଷ୍ଟିକ, ପଲିଥିନକୁ ସଂପୁର୍ଣ୍ଣ ଭାବେ ନିଷେଧ କରାଯାଇଛି । ମନ୍ଦିର ପ୍ରାଙ୍ଗଣରେ ଥିବା ସ୍ଥାୟୀ ଦୋକାନ ବଜାର ଗୁଡିକୁ ଛାଡି ଦେଲେ ଅନ୍ୟକାହାରିକୁ ଅନୁମତି ମିଳିବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ଏହି ବୈଠକରେ ଜିଲ୍ଲା ଏସ୍‌ପି ଶିବା ସୁବ୍ରମଣି, ଦେବୋତର ଅଧିକାରୀ ସାଫଲ୍ୟମଣ୍ଡିତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀତାଂଶୁ ଶେଖର ଦାସ, ଦେବୋତର ନୀରିକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking