38.1 C
Bhubaneswar
Friday, April 26, 2024
HomeUncategorizedରାସ୍ତା ପ୍ରଶାସ୍ତିକରଣ ବିରୁଦ୍ଧରେ ଅଂଚଳବାସୀଙ୍କ ଧାରଣା

ରାସ୍ତା ପ୍ରଶାସ୍ତିକରଣ ବିରୁଦ୍ଧରେ ଅଂଚଳବାସୀଙ୍କ ଧାରଣା

ବଲାଙ୍ଗୀର,- ସମ୍ପ୍ରତି କରୋନା ଯୋଗୁଁ ପ୍ରତ୍ୟେକ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି । ଅନେକ ଲୋକ ଜୀବନ ଜୀବିକା ପାଇଁ ସଂର୍ଘଷ କରୁଛନ୍ତି । ଏଭଳି ସମୟରେ ଲୋକଙ୍କୁ ତାଙ୍କ ଘର ଦ୍ୱାରରୁ ଉଚ୍ଛେଦ କରି ପ୍ରଶାସନ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ହାତକୁ ନେବା ପାଇଁ ଯୋଜନା କରୁଛି ବୋଲି ୱାଡ ନମ୍ବର ୭ ଓ ୮ ର ଲୋକମାନେ ଅଭିଯୋଗ କରିଛନ୍ତି । ଏଭଳି ସମୟରେ ରାସ୍ତା ପ୍ରଶସ୍ତିକରଣ କାମକୁ ସ୍ଥଗିତ ରଖିବା ପାଇଁ ୱାର୍ଡବାସୀ ଦାବି କରିଛନ୍ତି । ଏ ନେଇ ୱାର୍ଡବାସୀଙ୍କ ତରଫରୁ ସ୍ଥାନିୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ରରେ ଦର୍ଶାଯାଇଛି ଯେ , ସହରର ଗାନ୍ଧି ନଗର ମୈତ୍ରୀମହଲ ଛକ ଠାରୁ ଗାନ୍ଧିନଗର ପଡା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି ଓ ସ୍ଥାନୀୟ ଅଂଚଳରେ ଟିକମାର୍କ କରାଯାଇଛି । ଏହି ରାସ୍ତା ସହରର ଏକ ସର୍ବ ପୁରାତନ ରାସ୍ତା ହୋଇଥିବା ବେଳେ ପ୍ରତ୍ୟହ ବହୁ ସଙ୍ଖ୍ୟକ ଲୋକ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି ଓ ସେମାନଙ୍କ କୌଣସି ଅସୁବିଧା ମଧ୍ୟ ହୋଇନଥାଏ । ତେବେ ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଏହି ରାସ୍ତାରେ ପ୍ରଶାସ୍ତିକରଣ କାମ କଲେ ଲୋକେ ନାନା ପ୍ରକାର ସମସ୍ୟାର ସମ୍ମୁଖିନ ହେବେ । ତେଣୁ ସାମୟିକ ଭାବେ ଏହି କାମକୁ ସ୍ଥଗିତ ରଖାଯାଉ । ଏହା ସହିତ ରାସ୍ତକୁ ୨୫ ଫୁଟ ପ୍ରଶସ୍ତ କରାଯିବାର ଯୋଜନା କରାଯାଉ । ଆମେ ସ୍ୱତଃ ପ୍ରବୃତ୍ତ ଭାବେ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେବୁ ବୋଲି ୱାଡ ବାସିନ୍ଦାମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking