42.1 C
Bhubaneswar
Saturday, April 27, 2024
Homeଓଡିଶାହୀରାକୁଦ, ଅଂଶୁପା ଓ ତାମ୍ପଡ଼ା ବିଶ୍ୱ ଆର୍ଦ୍ରଭୂମି ତାଲିକାରେ: ଆଉ ୩ ଜଳାଶୟକୁ ରାମସାର୍ ମାନ୍ୟତା

ହୀରାକୁଦ, ଅଂଶୁପା ଓ ତାମ୍ପଡ଼ା ବିଶ୍ୱ ଆର୍ଦ୍ରଭୂମି ତାଲିକାରେ: ଆଉ ୩ ଜଳାଶୟକୁ ରାମସାର୍ ମାନ୍ୟତା

ଭୁବନେଶ୍ୱର: ଏବେ ରାଜ୍ୟର ଆଉ ତିନି ବୃହତ୍ତ ପ୍ରାକୃତିକ ଜଳାଶୟକୁ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି ଭାବେ ରାମ୍‌ସାର କ୍ଷେତ୍ର ମାନ୍ୟତା ମିଳିଛି । ସେଗୁଡ଼ିକ ହେଉଛି ହୀରାକୂୂଦ, ଅଂଶୁପା ଓ ତାମ୍ପଡ଼ା । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୯୭୧ରେ ଇରାନ୍‌ରେ ‘ରାମସାର୍ କନଭେନ୍‌ସନ୍‌’ରେ ବିଶ୍ୱର ସବୁ ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ପାଇଁ ପ୍ରାୟ ଅଧିକାଂଶ ଦେଶ ରାଜିନାମା ସ୍ୱାକ୍ଷର କରିଥିଲେ । ଆର୍ଦ୍ରଭୂମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାମ୍‌ସାର୍ ମାନ୍ୟତା ୟୁନିସ୍କୋ ହିଁ ଦେଇଥାଏ । ୧୯୮୨ ଫେବୃଆରୀ ୧ରେ ଭାରତ ଏଥିରେ ସ୍ୱାକ୍ଷର କରିଥିଲା ।

ସେବେଠାରୁ ଭାରତରେ ଥିବା ସବୁ ବଡ଼ ଆର୍ଦ୍ର ଭୂମିକୁ ଚିହ୍ନଟ କରାଯାଇଛି । ଦେଶରେ ମୋଟ୍ ୧୩ ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି । ଏସିଆର ବୃହତ୍ତମ ଲୁଣା ଦ୍ରଦ ନିଲାମ୍ବୁ ଚିଲିକା ପ୍ରଥମେ ରାମ୍‌ସାର ମାନ୍ୟତା ପାଇଥିଲା । ପରେ ଭିତରକନିକା ଓ ସାତକୋଶିଆ ଅଭୟାରଣ୍ୟକୁ ଏହି ମାନ୍ୟତା ମିଳିଥିଲା । ସମ୍ବଲପୁର ଜିଲ୍ଲାର ଥିବା ହୀରକୁଦ ବନ୍ଧ, ଗଞ୍ଜାମର ତାମ୍ପରା ହ୍ରଦ ଓ କଟକର ବାଙ୍କୀସ୍ଥିତ ଅଂଶୁପା ହ୍ରଦକୁ ରାମସାର ମାନ୍ୟତା ମିଳିଛି । ଏହି ତିନି ଜଳାଶୟରେ ବ୍ୟାପକ ଅର୍ଥ ବ୍ୟୟ ହେବ । ଜୈବ ବିବିଧତାକୁ ସୁରକ୍ଷା ଦିଆଯିବ। ଜଳ ଓ ମୃତ୍ତିକା ସଂରକ୍ଷଣ କରାଯିବ । ମାଛ ଓ ଜୀବଜନ୍ତୁ ବି ସୁରକ୍ଷିତ ଭାବେ ଚଳପ୍ରଚଳ କରିପାରିବେ ।

ହୀରାକୁଦ ନଦୀବନ୍ଧ ମହାନଦୀ ତଟରେ ଅବସ୍ଥିତ । ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଯୋଜନା । ଏଥିରୁ କୃଷି କ୍ଷେତ୍ରକୁ ଜଳସେଚନ ସହ ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କିମି ଅଞ୍ଚଳରୁ ଜଳ ସଂଗୃହିତ ହେଉଛି । ହୀରାକୁଦ ଜଳଭଣ୍ଡାରର କ୍ଷମତା ୪,୮୨୧ ନିୟୁତ ଘନ ମିଟର । ୨୦ ଜିଲ୍ଲାର ପ୍ରାୟ ଦେଢ଼ କୋଟି ଲୋକ ଏହା ଉପରେ ନିର୍ଭରଶୀଳ ।

ଏହାଛଡା ହୀରାକୁଦର ଦୁଇଟି ପ୍ରକଳ୍ପରୁ ୩୪୭ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି । ସେହିପରି ଅଂଶୁପା ଏକ ମଧୁର ଜଳ ଓ ଅଶ୍ୱଖୁରାକୃତି ହ୍ରଦ । ହ୍ରଦର ସର୍ବାଧିକ ଲମ୍ବ ୫ କିମି ଥିବାବେଳେ ଓସାର ୧.୬ କିମି ଏବଂ କ୍ଷେତ୍ରଫଳ ରହିଛି ୧୪୧ ହେକ୍ଟର । ଜାତୀୟ ରାଜପଥ-୧୬ ପାର୍ଶ୍ୱସ୍ଥ ଛତ୍ରପୁର ସହରଠାରୁ ଅନତିଦୂରରେ ରହିଛି ସୁଦୃଶ୍ୟ କ୍ଷୁଦ୍ର ହ୍ରଦ ତାମ୍ପଡ଼ା । ଏହି ତାମ୍ପଡ଼ା ହ୍ରଦ ଜଳକ୍ରୀଡ଼ା ନୌବିହାର ପାଇଁ ଏକ ପ୍ରଶସ୍ତ ସ୍ଥାନ । ଏହାକୁ କାଜୁ ବଣ ଘେରି ରହିଛି । ଉକ୍ତ କାଜୁ ବଗିଚାରୁ ବାଟ ଆଡ଼େଇ ଦୁଇ କିଲୋମିଟର ଆଗକୁ ଗଲେ ବଙ୍ଗୋପସାଗର ବେଳାଭୂମି ପଡ଼ିବ । ଏହି ଜଳରାଶି ଦୀର୍ଘବର୍ଷରୁ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସୁଛି । ଏବେ ରାମସାର ସାଇଟ୍ ମାନ୍ୟତା ପାଇବାପରେ ତିନି ବୃହତ୍ତ ଜଳାଶୟର ବିଶ୍ୱବ୍ୟାପୀ ଗୁରୁତ୍ୱ ବଢ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking