39.1 C
Bhubaneswar
Friday, April 26, 2024
Homeଓଡିଶାକୋରାପୁଟ ଗସ୍ତରେ ଡିଜିପି ଅଭୟ : ଡିପିଓରେ ୬ ଜିଲ୍ଲାର ଏସପିଙ୍କୁ ନେଇ ସମୀକ୍ଷା ବୈଠକ

କୋରାପୁଟ ଗସ୍ତରେ ଡିଜିପି ଅଭୟ : ଡିପିଓରେ ୬ ଜିଲ୍ଲାର ଏସପିଙ୍କୁ ନେଇ ସମୀକ୍ଷା ବୈଠକ

କୋରାପୁଟ : ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବାର ମାତ୍ର କିଛି ଦିନ ପରେ କୋରାପୁଟ ଜିଲ୍ଲାକୁ ପ୍ରଥମ ଗସ୍ତ କରିଛନ୍ତି । ଶନିବାର ପୂର୍ବାହ୍ଣରେ ଡିଜିପି ଅଭୟ କୋରାପୁଟ ଜିଲ୍ଲା ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ôଚଥିବା ବେଳେ ଏସ୍‌ପି ଅଫିସ୍ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏଡିଜି(ଲ’ ଆଣ୍ଡ୍ ଅର୍ଡର୍ର) ଡିଏସ୍ କୁଟ୍ଟେ, ଗୋଇନ୍ଦା ବିଭାଗ ଆଇଜି ଆର୍‌କେ ଶର୍ମା, ଆଇଜି ଅପରେସନ୍ ଅମିତାଭ ଠାକୁର୍‌, ଡିଆଇଜି ଏସ୍‌ଆଇଡବ୍ଲ୍ୟୁ ଅନୀରୁଦ୍ଧ ସିଂହ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସେଫିନ ଅହମ୍ମଦ୍ କେଙ୍କ ଉପସ୍ଥିତିରେ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟତ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନ ୬ଟି ଜିଲ୍ଲାରେ ମାଓ ମୁକାବିଲା ରଣନୀତି, ମାଓ ଦମନ କ୍ଷେତ୍ରରେ କେନ୍ଦ୍ରୀୟ ଯବାନଙ୍କ ସହ ସମନ୍ୱୟ ରକ୍ଷା ଓ ସୂଚନା ଆଦାନ ପ୍ରଦାନ ଏବଂ ମାଓ ଉପଦୃତ ଅଞ୍ଚଳରେ ବିକାଶର ଧାରା ବଜାୟ ରଖିବା, ରାସ୍ତା ନିର୍ମାଣ, ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି । ସମୀକ୍ଷା ବୈଠକରେ କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ, ରାୟଗଡ଼ା ଏସ୍‌ପି ସାରାଭାନା ବିବେକ୍ ଏମ୍‌, ନବରଙ୍ଗପୁର ଏସ୍‌ପି କୁଶଲକର୍ ନିତୀନ୍ ଡୁଗଡୁ, ମାଲକାନଗିରି ଏସ୍‌ପି ରିଷିକେଶ ଧ୍ୟାନଦେଓ ଖିଲାରି, କଳାହାଣ୍ଡି ଏସ୍‌ପି ବାତାଲୁ ଗଙ୍ଗାଧର ଏବଂ ନୂଆପଡ଼ା ଏସ୍‌ପି ବିନୀତ ଅଗ୍ରୱାଲ୍ ଏସ୍‌ଓଜି କମାଣ୍ଡାଣ୍ଟ ଆଶିଷ କୁମାର ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking