37.1 C
Bhubaneswar
Saturday, April 20, 2024
Homeଅପରାଧସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀ ମୃତ

ସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅର୍ନ୍ତଗତ ବିରୁଆ ସେରଗଡ ରାସ୍ତା ମଝିରେ ଶନିବାର ଏକ ଇଣ୍ଡିକା କାର ଜଣେ ସାଇକେଲଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଏକ ଗାଡିକୁ ସେରଗଡ ଫାଣ୍ଡି ଟୋଲଗେଟ ନିକଟରୁ ଜବତ କରିଛି । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଲେଶ୍ୱର ସହଦେବଖୁଂଟା ଥାନା ଅର୍ନ୍ତଗତ ବାଲିଆ ଅଂଚଳର ଗଦାଧର ମୁଖୀ । ଏନେଇ ସେରଗଡ ଫାଣ୍ଡି ପୁଲିସ ଶବକୁ ଜବତ କରି ବ୍ୟବଛେଦ କରାଇଛି । ସୂଚନା ଅନୁସାରେ,ବାଲେଶ୍ୱର ସହଦେବଖୁଂଟା ଥାନା ଅର୍ନ୍ତଗତ ବାଲିଆ ଅଂଚଳର ଗଦାଧର ଶନିବାର ସକାଳେ ସାଇକେଲ ଯୋଗେ ସେରଗଡକୁ କାମ କରିବା ପାଇଁ ଯାଉଥିଲା । ଏହି ସମୟରେ ବିରୁଆ ଛକ ଠାରେ ଡବ୍ଲ୍ୟୁ ବି ୨୪ୱାଇ୩୮୦୭ ନମ୍ବର ବିଶିଷ୍ଠ ଏକ ଇଣ୍ଡିକା କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସାଇକେଲ ଆରେୀାହୀ ଜଣଙ୍କ ରାସ୍ତା କଡକୁ ଛିଟିକି ପଡ଼ିିଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଘଟଣା ଉକ୍ତ କାରଟି ପଳାଇଯାଉଥିବା ବେଳେ ସ୍ଥାନୀୟ ଲୋକେ ଉକ୍ତ କାରଟିକୁ ଧରିବା ପାଇଁ ଗୋଡାଇ ସେରଗଡ ଟୋଲଗେଟ ନିକଟରେ ଧରିଥିଲେ । ଖବର ପାଇ ସେରଗଡ ଫାଣ୍ଡି ଅଧିକାରୀ ପ୍ରକାଶ ଗୋସ୍ୱାମୀ ଆମ୍ବୁଲାନସ ଡକାଇ ଉକ୍ତ ମୃତ ବ୍ୟକ୍ତିଙ୍କୁ ବାଲେଶ୍ୱର ମେଡିକାଲ ନେବା ସହ କାରଟିକୁ ଜବତ କରବା ଡ୍ରାଇଭରକୁ ଥାନାରେ ଅଟକ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking