ଭୁବନେଶ୍ୱର: ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର । ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର । ଅକ୍ଟୋବର ୨୬ ତାରିଖରେ ସାରସ୍ୱତ ସମାବେଶରେ ସମ୍ମାନିତ ହେବେ । ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ପାକ୍ଟ ପକ୍ଷରୁ ଶାରଳା ପୁରସ୍କାର ଦିଆଯାଉଛି । ୨ ବିଶିଷ୍ଟ ବ୍ୟକ୍ତି ପାଇବେ ‘ଇଲା – ବଂଶୀଧର ପଣ୍ଡା କଳା ସମ୍ମାନ’ । ଚିତ୍ରଶିଳ୍ପୀ ବଳଦେବ ମହାରଥା, ସଙ୍ଗୀତଗୁରୁ ରାମହରି ଦାସ ପାଇବେ । ପୁରସ୍କାର ବାବଦକୁ ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ମିଳିବ ।










