37.4 C
Bhubaneswar
Saturday, April 18, 2026
Homeଓଡିଶାପତ୍ନୀଙ୍କୁ ପଥରରେ ଛେଚି ହତ୍ୟା କଲା ମଦ୍ୟପ ସ୍ୱାମୀ

ପତ୍ନୀଙ୍କୁ ପଥରରେ ଛେଚି ହତ୍ୟା କଲା ମଦ୍ୟପ ସ୍ୱାମୀ

ସୁନ୍ଦରଗଡ: ଘରୋଇ କଳିରୁ ନିଜ ପତ୍ନୀର ମୁଣ୍ଡରେ ପଥର ଛେଚି ନିର୍ମମ ଭାବେ ହତ୍ୟା କରିଛି ମଦ୍ୟପ ସ୍ୱାମୀ । ଏହି ଘଟଣା ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଡମକୁଡା ଗ୍ରାମରେ ଆଲୋଡନ ସୃଷ୍ଟି କରିଛି । ଗତ ସଂଧ୍ୟାରେ ଗ୍ରାମର ରାଜେଶ ହେମ୍ବ୍ରମ ତାଙ୍କ ସ୍ତ୍ରୀ ଆରତୀ ହେମ୍ବ୍ରମଙ୍କ ସହ କୌଣସି କାରଣକୁ ନେଇ ଝଗଡା କରିଥିଲା । ସ୍ତ୍ରୀ ପ୍ରତିବାଦ କରିବାରୁ ମଦ ନିଶାରେ ଥିବା ରାଜେଶ ପତ୍ନୀଙ୍କ ମୁଣ୍ଡରେ ପଥର ଛେଚି ଦେବା ଫଳରେ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ଖବର ପାଇ ଏସଡିପିଓ ନିର୍ମଳ ମହାପାତ୍ର, ତଳସରା ଅଧିକାରୀ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking