ଭୁବନେଶ୍ୱର: ହିଟ ୱେଭକୁ ସାମ୍ନା କରିବା ପାଇଁ ନୂଆ ଏସଓପି ପ୍ରସ୍ତୁତ କଲା ରାଜସ୍ୱ ବିଭାଗ । ଅଧିକ ଖରା ହେଉଥିବା ସ୍ଥାନରେ ନିର୍ମାଣ ହେବ ହିଟ ୱେଭ ଆଶ୍ରୟ ସ୍ଥଳୀ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୧୧ଟାରୁ ୩ଟା ଯାଏଁ ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରାଯିବ । ରାସ୍ତାରେ ଡ୍ରାଇଭରଙ୍କ ପାଇଁ ଓଆରଏସ ଓ ପିଇବା ପାଣିର ବ୍ୟବସ୍ଥା ରହିବ । ଅଂଶୁଘାତ ମୃତ୍ୟୁ ପାଇଁ ରିପୋର୍ଟ ପାଇବାର ୨୪ ଘଣ୍ଟାରେ ମିଳିବ କ୍ଷତିପୂରଣ । ଏସି ନଥିବା ଗାଡି ଚାଲିଲେ କାହାର ଅସୁବିଧା ହେଲେ ମାଲିକ ଦାୟୀ ରହିବେ । ରାଜ୍ୟରେ ଅସମ୍ଭାଳ ଗରମ ହେତୁ ଏଭଳି ପଦକ୍ଷେପ ନିଆଯାଇଛି ।









