37.4 C
Bhubaneswar
Saturday, April 18, 2026
Homeଓଡିଶାରାଜ୍ୟ ଯୋଜନା ବୋର୍ଡ ହେଲା ସିଟି ଓଡିଶା

ରାଜ୍ୟ ଯୋଜନା ବୋର୍ଡ ହେଲା ସିଟି ଓଡିଶା

ଭୁବନେଶ୍ୱର: ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନିତି ଓ ବିକାଶ’ର ଥିଙ୍କଟ୍ୟାଙ୍କ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା SITI-Odisha’ର ସ୍ଥାପନ କରିଛନ୍ତି। ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୨୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ  ମୋହନ ସରକାର ଏହି ‘ସିଟି-ଓଡ଼ିଶା’ ଗଠନ କରି ରାଜ୍ୟରେ ପ୍ରଶାସନିକ ରଣନୀତି, ପ୍ରମାଣଭିତ୍ତିକ ନୀତି-ଯୋଜନା ପ୍ରଣୟନ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ନେଇ ଆଗକୁ ବଢ଼ିବା ସହ ବିକାଶର ଧାରାରେ ଏକ ବଡ଼ଧରଣର ରୂପାନ୍ତର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏପ୍ରିଲ ୧୭ତାରିଖରେ ‘ସଂକଳ୍ପ’ ଜାରି ମାଧ୍ୟମରେ ସିଟି-ଓଡ଼ିଶା ଗଠନକୁ ମୋହନ ସରକାର ବାସ୍ତବ ରୂପ ଦେଇଛନ୍ତି । ଦୀର୍ଘ ପ୍ରାୟ ୫ଦଶନ୍ଧି ଧରି ରାଜ୍ୟର ବିକାଶ ଯୋଜନା ଓ ନୀତି ଆଦି ପ୍ରଣୟନରେ ପ୍ରମୁଖ ଭୂମିକା ଗ୍ରହଣ  କରି ଆସୁଥିଲା ‘ରାଜ୍ୟ ଯୋଜନା ବୋର୍ଡ’।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking