30.1 C
Bhubaneswar
Monday, May 6, 2024
Homeଓଡିଶାକରୋନାରେ ମୃତ ପିତାମାତାଙ୍କ ଶିଶୁଙ୍କ ଯତ୍ନ ନେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କରୋନାରେ ମୃତ ପିତାମାତାଙ୍କ ଶିଶୁଙ୍କ ଯତ୍ନ ନେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଦେବଗଡ : କରୋନା ଯୋଗୁ ଅବେଳରେ ଅନେକ ପରିବାର ନିଶ୍ଚିହ୍ନ ହୋଇଯାଉଥିବା ବେଳେ ବାପା-ମାଆ ଛେଉଣ୍ଡ ହୋଇଯାଉଛନ୍ତି।  ଶିଶୁମାନେ । ଅନେକ ପିତାମାତା କରୋନା ସଂକ୍ରମିତ ହେବା ପରେ ଶିଶୁମାନଙ୍କ ଦେଖାଶୁଣା କରିବା ପାଇଁ କୌଣସି ବ୍ୟକ୍ତି ନାହାନ୍ତି । ଏଭଳି ପରିସ୍ଥିତିର ଭୟାବହତାକୁ ଗୁରୁତ୍ୱ ଦେଇ ଦେବଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀଙ୍କୁ କରୋନା ଯୋଗୁଁ ପିତାମାତାଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଥିବା ଶିଶୁଙ୍କୁ ଚିହ୍ନଟ କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି । ଶିଶୁଙ୍କ ଯତ୍ନ ନେବାରେ ପରିବାରର କୌଣସି ସଦସ୍ୟ ଯଦି ଅସମର୍ଥ ହୁଅନ୍ତି ତେବେ ପ୍ରଶାସନ ସେମାନଙ୍କୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ଶିଶୁ ଆଶ୍ରୟ ଗୃହ କିମ୍ବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଥିବା ଶିଶୁ ଗୃହରେ ତୁରନ୍ତ ଆଶ୍ରୟ ଦେଇ ସମସ୍ତ ଅନୁଷ୍ଠାନିକ ସେବା ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପିଲାମାନଙ୍କ ପିତାମାତା କୋଭିଡ୍ କେୟାର୍ ସେଣ୍ଟରରେ ସଙ୍ଗରୋଧରେ ରହିଛନ୍ତି ଓ ସେମାନଙ୍କ ଦେଖାଶୁଣା କରିବା ପାଇଁ ଘରେ ଯଦି କୌଣସି ଅଭିଭାବକ ନଥାନ୍ତି, ସେହି ପିଲାମାନେ ମଧ୍ୟ ଶିଶୁ ଗୃହରେ ସେମାନଙ୍କ ପାରିବାରିକ ସ୍ଥିତି ସ୍ୱାଭାବିକ ହେବ ପର୍ଯ୍ୟନ୍ତ ରହିପାରିବେ । ଏଥି ପାଇଁ ସପୋର୍ଟ ଶିଶୁ ଗୃହରେ ସମସ୍ତ ବ୍ୟବସ୍ଥା କରାଯାଇଛି । କରୋନାରେ ମୃତ୍ୟୁବରଣ କରୁଥିବା ପିତାମାତାଙ୍କ ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ଆଗରେ ପ୍ରତ୍ୟକ୍ଷ ଭାବରେ କିମ୍ବା ଅନ୍‌ଲାଇନ୍ ମୋଡରେ ଉପସ୍ଥାପିତ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଦେବଗଡ଼ରେ ଦିଶା ଓ ରିଆମାଳରେ ସିଏସ୍‌ଡିଆର୍ ଦ୍ୱାରା ପରିଚାଳିତ ହେଉଥିବା ଚାଇଲ୍ଡଲାଇନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁଗୃହରେ ରହୁଥିବା ଶିଶୁମାନଙ୍କୁ ମାନସିକ ଓ ଶାରୀରିକ ସୁରକ୍ଷା ଦେବାକୁ ଖେଳକୁଦ ପାଇଁ ଖେଳ ସାମଗ୍ରୀ, ଅନ୍‌ଲାଇନ୍ ପଢ଼ା ପାଇଁ ମୋବାଇଲ ଟାବଲେଟ୍‌, ପାଠ୍ୟପୁସ୍ତକ, ମନୋରଞ୍ଜନ ପାଇଁ ଟେଲିଭିଜନ ଆଦିର ବ୍ୟବସ୍ଥା କରାଯାଇଛି । ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । କରୋନା ମହାମାରୀରୁ ଶିଶୁମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏ ବ୍ୟବସ୍ଥା ସମ୍ପର୍କରେ ସଚେତନ କରିବା ପାଇଁ ତଥା କରୋନା ଯୋଗୁ ପିତାମାତା ହରାଇଥିବା ଶିଶୁମାନଙ୍କ ଥଇଥାନ ନିମନ୍ତେ ସୂଚନା ଦେବା ଲାଗି ବିଭିନ୍ନ ସ୍ଥାନରେ ସୂଚନା ଫଳକ ମାଧ୍ୟମରେ ଅପାତକାଳୀନ ଫୋନ ନମ୍ବର ଯଥା ଚାଇଲ୍ଡଲାଇନ-୧୦୯୮ , ଶିଶୁ ସୁରକ୍ଷା ବିଭାଗ-୦୬୬୪୧-୨୨୬୬୪୫ , ରାଜ୍ୟ ହେଲ୍‌ପଲାଇନ-୧୦୪ ପ୍ରଦର୍ଶିତ କରଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking