27.1 C
Bhubaneswar
Friday, May 10, 2024
Homeଓଡିଶାଲକଡାଉନ ସଟଡାଉନ ସମୟରେ ଗରିବ ଅସହାୟଙ୍କୁ ଦେବଗଡ଼ ପୌରପରିଷଦ ଯୋଗାଉଛି ଆହାର

ଲକଡାଉନ ସଟଡାଉନ ସମୟରେ ଗରିବ ଅସହାୟଙ୍କୁ ଦେବଗଡ଼ ପୌରପରିଷଦ ଯୋଗାଉଛି ଆହାର

ଦେବଗଡ଼  : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ରାଜ୍ୟରେ ପାକ୍ଷିକ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି l ଏହି କ୍ରମରେ ଦେବଗଡ଼ ଜିଲ୍ଲାରେ ମଧ୍ଯ ସରକାରଙ୍କ ଏହି ନିଷ୍ପତିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ଭାବେ ପାଳନ କରାଯାଉଅଛି l ଲକଡାଉନ ସଟଡାଉନ ପ୍ରଭାବରେ ସାରା ଜିଲ୍ଲାରେ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଜୀବନ ଜୀବିକା ପାଈଁ ଦିନ ମଜୁରିଆ ଙ୍କୁ କାର୍ଯ୍ୟ କ୍ଷେତ୍ର ଯିବାକୁ ଅନୁମତି ରହିଛି l ତେବେ ଏହି ବନ୍ଦ ବେଳେ ଦେବଗଡ଼ ପୌରାଞ୍ଚଳ ରେ ଥିବା ଅସହାୟ, ମାନସିକ ଭିନ୍ନକ୍ଷମ ଓ ଗରିବ ଶ୍ରେଣୀର ଜନସାଧାରଣ ଖାଦ୍ୟ ପାଇଁ ଉପାୟ ଶୂନ୍ୟ ହୋଈ ପଡ଼ିଥିବା ବେଳେ ଦେବଗଡ଼ ପୌପରିଷଦ ଏମାନଙ୍କ ପାଇଁ ସାହା ହୋଇଛି l

ପୌରାଞ୍ଚଳ ରେ ଯେପରି କୌଣସି ଲୋକ ଭୋକିଲା ନାରହିବେ ସେଥିପାଇଁ ଦେବଗଡ଼ ପୌର ପ୍ରଶାସକ ତଥା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଙ୍କ ନିର୍ଦେଶ ରେ ପୌରପରିଷଦ ନିର୍ବାହୀ ଅଧିକାରୀ ଆତସୀ ପରିଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସିଏମଏମ ଅଭିଷେକ ମିଶ୍ର ପୌରାଞ୍ଚଳ ର ବିଭିନ୍ନ ୱାର୍ଡ ଅଂଚଳ ରେ ରହୁଥିବା ଗରିବ ଅସହାୟ ଓ ମାନସିକ ଭିନ୍ନକ୍ଷମ ଙ୍କୁ ଚି଼ହ୍ନଟ କରି ସେମାନେ ରହୁଥିବା ସ୍ଥାନ ମାନଂକୁ ଯାଇ ଗରମ ରନ୍ଧା ଖାଦ୍ୟ ଯୋଗାଉଥିବା ଦେଖିବାକୁ ମିଳିଛି l ଆହାର କେନ୍ଦ୍ରରେ ପ୍ରସ୍ତୁତ ଗରମ ରନ୍ଧା ଖାଦ୍ୟକୁ ଆହାର କେନ୍ଦ୍ର ର ବ୍ୟାଟେରୀ ଚାଲିତ ଗାଡି ରେ ପ୍ରତ୍ୟେକ ଅଞ୍ଚଳ ରେ ବୁଲି ଚି଼ହ୍ନଟ ହେଉଥିବା ଭୋକିଲା ଲୋକଙ୍କୁ ଦୁଇଓଳି ଆହାର ପ୍ରଦାନ କରାଯାଉଛି l ପୌରପରିଷଦ ର ଏଭଳି କାର୍ଯ୍ୟ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking