29.1 C
Bhubaneswar
Monday, May 6, 2024
Homeଓଡିଶାରାଜଧାନୀରେ ଡ଼ରାଉଛି ଡେଙ୍ଗୁ : ଅନ୍ଧାରରେ ଆକ୍ରାନ୍ତଙ୍କ ତଥ୍ୟ

ରାଜଧାନୀରେ ଡ଼ରାଉଛି ଡେଙ୍ଗୁ : ଅନ୍ଧାରରେ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର:  ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ । ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ୪୦ରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହେଉଛନ୍ତି । ସେପଟେ କରୋନା ସଂକମ୍ରଣ ବି ଥମୁନାହିଁ । ଦୈନିକ ୨୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏହି ସ୍ଥିତିରେ ରାଜଧାନୀ ଭୁବନେଶ୍ୱରରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଲାଣି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ଆଉ ୪୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରକାଶ ପାଇଛି । ଦିନକୁ ଦିନ ଡେଙ୍ଗୁ ସଂକ୍ରମଣ ଡ଼ରାଇବା ଆରମ୍ଭ କରିଥିବାବେଳେ ସ୍ଥିତି ସଂଘାତିକ ହେବାକୁ ବସିଛି । ମାସେ ତଳେ ଭୁବନେଶ୍ୱରରୁ କିଛି ହାତଗଣତି ରୋଗୀ ଡେଙ୍ଗୁ ଆକ୍ରାନ୍ତା ହୋଇଥିବା କଥା ସାମ୍ନାକୁ ଆସିଥିଲା କିନ୍ତୁ ଏବେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୮ରେ ପହଞ୍ଚିଛି ।

ବିଏମ୍‌ସି ପକ୍ଷରୁ ନିଆଯାଇଥିବା ସବୁ ରଣନୀତି ଫେଲ୍ ମାରିଥିବା ସ୍ପଷ୍ଟ ନଜରକୁ ଆସୁଥିବାବେଳେ କେଉଁ ଦିନ କେତେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେନେଇ ତଥ୍ୟ ମଧ୍ୟ ବିଏମ୍‌ସିକୁ ସଠିକ୍ ଭାବେ ହସ୍ତଗତ ହେଉନଥିବା ଜଣାପଡ଼ିଛି । କେଉଁ ୟୁପିଏଚ୍‌ସି, ପିଏଚ୍‌ସି କିମ୍ବା ଘରୋଇ ମେଡିକାଲରେ କେତେ ନମୁନା ପରୀକ୍ଷଣ ହେଉଛି, ସେନେଇ ବିଏମ୍‌ସି ନିକଟକୁ ସଠିକ୍ ସମୟରେ ତଥ୍ୟ ଆସିପାରୁ ନାହିଁ । ବିଶେଷସୂତ୍ରରୁ ବୁଧବାର ଏହା ପ୍ରକାଶ ପାଇଛି । ବିଏମ୍‌ସି ପକ୍ଷରୁ ଡେଙ୍ଗୁ ମୁକାବିଲା ତ୍ୱରିତ କରାଯାଇଥିବା କଥା ସଫେଇ ଦେଇ ବିଏମ୍‌ସିର ଜଣେ ଅଧିକରୀ କହିଛନ୍ତି, ଦୈନିକ ଆକ୍ରାନ୍ତ ତଥା ସୁସ୍ଥଙ୍କ ତଥ୍ୟ ଜିଲ୍ଲା କାର୍ଯ୍ୟାଳୟରୁ ହସ୍ତଗତ ହେଉଛି । ଦୈନିକ ଟେଷ୍ଟିଂ କେତେ, ଆକ୍ରାନ୍ତ କେତେ ଓ ସୁସ୍ଥ କେତେ ତା’ର ଦୈନିକ ତଥ୍ୟ ମିଳିବାରେ ବିଳମ୍ବ ହେଉଛି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଦେଖି ବିଏମ୍‌ସି ପକ୍ଷରୁ ଗତ ଜୁଲାଇ ୩୧ ତାରିଖରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୃତ କରାଯାଇଥିଲା ।

ୱାର୍ଡୱାରୀ ସ୍ଥିତି ପରଖିବା ସହିତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ତାଗିଦ୍ ହୋଇଥିଲା । ହେଲେ କିଛଇ ଦିନ ପରେ ପୁଣି ଯଥା ପୂର୍ବମ୍ ତଥା ପରମ୍ ସ୍ଥିତିକୁ ଫେରିଆସିଛି ଋଣନୀତି । ପରିସ୍ଥିତିରେ ସୁଧାର ଆସିବ ବୋଲି ସେସମୟରେ ଆଶା କରାଯାଉଥିଲା । ହେଲେ ବର୍ତ୍ତମାନ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ନଜରକୁ ଆସିଛି । ସରକାରୀ ହିସାବରେ ମାତ୍ର ମାସକ ମଧ୍ୟରେ ସଂଖ୍ୟା ହଜାରେ ପାର କରିଛି । ହେଲେ ବେସରକାରୀ ଭାବେ ସଂଖ୍ୟା ଢେର ଅଧିକ ହେବ ବୋଲି ସାଧାରଣରେ ପ୍ରକାଶ ପାଇଛି । କ୍ରମାଗତ ଭାବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପ୍ରଶାସନ ଚୁପ୍ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜଧାନୀରେ ଜୁଲାଇ ମାସରେ ନୀଳାଦ୍ରିବିହାରରୁ ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ । ଏବେ ପୂରା ରାଜଧାନୀ ସାରା ବ୍ୟାପୀ ଗଲାଣି । ଖାଲି ସେତିକି ନୁହେଁ, ବିଏମ୍‌ସି ଅଧୀନରେ ଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ଅଫିସ୍‌ରେ ଚଢ଼ଉ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା । ବର୍ତ୍ତମାନ ସବୁ ନିୟମ ଅଳିଆ ଗଦାରେ । ଏପରି କି ବିଭିନ୍ନ ସ୍ଥାନରେ ମଶା ଧୂଆଁ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଛି । ଯଦି ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ସ୍ଥିତି ଆହୁରି ସଙ୍ଗୀନ ହେବା ଥୟ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking