29.1 C
Bhubaneswar
Wednesday, April 24, 2024
Homeଓଡିଶାଆକାଶରୁ ଖସିଲା ବଜ୍ର : ୨ ମୃତ, ୪ ଆହତ

ଆକାଶରୁ ଖସିଲା ବଜ୍ର : ୨ ମୃତ, ୪ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବଜ୍ରପାତରେ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଗୁରୁତ୍ୱର ଆହତ ହୋଇଛନ୍ତି । ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଦାମାଗୁଡା ଗ୍ରାମରେ ବଜ୍ରପାତରେ ଜଣେ ଯୁବକର ମୃତ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତ୍ୱର ଆହତ ହୋଇଛ  । ସେହିଭଳି ଖଇଇପୁଟ ବ୍ଲକ ଅର୍ନ୍ତଗତ ପେଦାଗୁଡ଼ା ଗ୍ରାମର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇ ସେମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଦାମାଗୁଡ଼ା ଗ୍ରାମର ମିଥୁନ ଦୁରୁଆ ଓ  ସମ୍ପଦ ବଗେଲ  ନିଜ ଚାଷ ଜମିରେ କାମ କରି ଫେରୁ ଥିବା ସମୟରେ ବଜ୍ରପାତ ଘଟିଥିଲା ।  ଏଥିରେ ମିଥୁନ ମୃତ୍ୟୁବରଣ କରିଥିବା ବେଳେ ସମ୍ପଦ ଗୁରୁତର ଆହତ ହୋଇ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।  ଅନ୍ୟପକ୍ଷରେ  ଖଇରପୁଟ ବ୍ଲକର ପେଦାଗୁଡା ଗ୍ରାମର ସାତ ଜଣ ଗାଇ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇ ଫେରୁଥିବା ବେଳେ  ଜୋରରେ ଘଡଘଡି ସହ ବର୍ଷା ହୋଇଥିଲା ।

ତେବେ ଏହି  ବର୍ଷାରୁ ବର୍ତିବା ପାଇଁ ସମସ୍ତେ ଗୋଟିଏ ଗଛ ତଳେ  ଆଶ୍ରୟ ନେଇଥିଲେ । କିନ୍ତୁ ଦୁଭାଗ୍ୟ ବଶତଃ ଅଚାନକ ବଜ୍ରପାତ ଘଟିବା ଫଳରେ ଘଟଣା ସ୍ଥଳରେ ହିଁ ସମସ୍ତେ ଅଚେତ ହୋଇଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୁଡ଼ୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ସବିତା ମାଡେମୀଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୩ ଜଣ ପୁଟିଆ (୮)  , ଅର୍ଜୁନ  ପୁଟିଆ (୧୬) ଓ ସନା  ପୁଟିଆ (୧୫) ଗୁରୁତର  ଆହତଙ୍କୁ ଚିକିତ୍ସା ଜାରୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking