39.1 C
Bhubaneswar
Friday, April 26, 2024
Homeଓଡିଶାରାଜନୀତି ମାଧ୍ୟମରେ ରାଷ୍ଟ୍ର ନିର୍ମାଣ କରିବ ଆପ୍‌ : ପ୍ରତ୍ୟେକ ଘରେ ପହଞ୍ଚିବ ଦିଲ୍ଲୀ ମଡେଲ

ରାଜନୀତି ମାଧ୍ୟମରେ ରାଷ୍ଟ୍ର ନିର୍ମାଣ କରିବ ଆପ୍‌ : ପ୍ରତ୍ୟେକ ଘରେ ପହଞ୍ଚିବ ଦିଲ୍ଲୀ ମଡେଲ

ବଲାଙ୍ଗୀର- ଲୋକଙ୍କୁ କାମକୁ ଦେଖାଇ, ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛି । ଏହି ସଫଳତା ପରେ ସମଗ୍ର ଦେଶରେ କାୟା ବିସ୍ତାର କରିବା ପାଇଁ ଆପ ରଣନୀତି ଆରମ୍ଭ କରିଛି । ସେହିକ୍ରମରେ ଓଡିଶାରେ ମଧ୍ୟ ଆପ ତାର ପ୍ରସ୍ତୁତି ଆରମ୍ଭ କରିଛି । ଏ ନେଇ ଜିଲ୍ଲା ସାଂବାଦିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ସାଂବାଦିକ ସମ୍ମିଳନୀରେ ଆପ ର ବଲାଙ୍ଗୀର ଜିଲ୍ଲା ଆବାହକ ଆଶିଷ ପାଣ୍ଡେ ଓ ରାଜ୍ୟ ସଙ୍ଗଠନ ସମ୍ପାଦକ ଅଂଶୁମାନ ଶତପଥି ସୂଚନା ଦେଇଛନ୍ତି । ଓଡିଶାରେ ମଧ୍ୟ କାମର ରାଜନୀତି ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ଅଭିଯାନ ଆରମ୍ଭ କରାଯିବ । ଅରବିନ୍ଦ କେଜ୍ରିୱାଲଙ୍କ ବିକାଶ ମଡେଲକୁ ଓଡିଶାର ପ୍ରତ୍ୟେକ ଘରେ ପହଂଚାଯିବ । ଏହି ଅଭିଯାନରେ ଯୋଗ ଦେବା ପାଇଁ ଏକ ମୋବାଲଇ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଜାତି ଓ ଧର୍ମ ରାଜନୀତିରେ ଅତିଷ୍ଠ ହୋଇଯାଇଥିବା ଲୋକଙ୍କୁ ଏହି ଅଭିଯାନରେ ସାମିଲ କରିବା ପାଇଁ ଦଳ ଲକ୍ଷ୍ୟ ରଖିଛି ବୋଲି ସାଂବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଅଭିଯାନ ଆସନ୍ତା ୨୩ ତାରିଖରୁ ଆରମ୍ଭ ହୋଇ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ।
ଏହି ଅଭିଯାନ ସମୟରେ ଓଡିଶା ଓ ଦିଲ୍ଲୀର ବିକାଶକୁ ନେଇ ତୁଳନାତ୍ମକ ଚିତ୍ର ପ୍ରଦାନ କରାଯିବ । ଦିଲ୍ଲୀରେ ବିଜୟୀ ହେବାପରେ ଏହି ଅଭିଯାନରେ ସାମିଲ ହେବା ପାଇଁ ଦଳ ତରଫରୁ ସ୍ୱତନ୍ତ୍ର ମୋବାଇଲ ଫୋନ ନମ୍ବର ଜାରି କରାଯାଇଥିଲା । ମାତ୍ର ୨୪ ଘଣ୍ଟାରେ ୧୧ ଲକ୍ଷ ଲୋକ ମିସ୍‌ଡ କଲ କରି ଏହି ଅଭିଯାନରେ ସାମିଲ ହୋଇଥିଲେ । ଦିଲ୍ଲୀରେ ସରକାର ସ୍କୁଲ ,ହସପିଟାଲ , ପାଣି ,ବିଜୁଳୀ , ମହିଳା ସୁରକ୍ଷା ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ କାର୍ଯ୍ୟକୁ ଅଗ୍ରାଧିକାର ଦେଇ ଏକ ବିକଳ୍ପ ରାଜନୀତି କରି ଲୋକଙ୍କୁ ଆକର୍ଷିତ କରିଛନ୍ତି । କିଛି ରାଜ୍ୟ ଦିଲ୍ଲୀା ଶିକ୍ଷା ବ୍ୟବସ୍ଥାକୁ ଆପଣାଇବାକୁ ଚାହୁଁଥିବା ବେଳେ ଆଉ କେତେକ ରାଜ୍ୟ ମୋହଲ୍ଲା କ୍ଲିନିକକୁ ନିଜ ରାଜ୍ୟରେ ଲାଗୁ କରିବାକୁ ଚାହୁଁଉନ୍ତି । ଏଭଳି ପରିପ୍ରେକ୍ଷୀରେ ସମସ୍ତେ ଦିଲ୍ଲୀର ବିକାଶ ମୋଡେଲକୁ ଜାଣିବାକୁ ଚାହଁଛନ୍ତି । ତେଣୁ ଲୋକେ କାମର ରାଜନୀତିକୁ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆପ ଓଡିଶା ରାଜ୍ୟର ପ୍ରତ୍ୟେକ ଘରକୁ ଯାଇ ରାଷ୍ଟ୍ର ଅଭିଯାନରେ ଲୋକଙ୍କୁ ଯୋଡିବା ଓ ଦିଲ୍ଲୀର ବିକାଶ ମଡେଲ ସମ୍ପର୍କରେ ଆଲୋଚନା କରିବ । ଏହା ସହିତ ଦଳ ତରଫରୁ ଓଡିଶା ଓ ଦିଲ୍ଲୀର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରାଯାଇଥିଲା । ଦିଲ୍ଲୀ ବଜେଟରେ ଶିକ୍ଷାର ପରିମାଣ ୨୬ ପ୍ରତିଶତ ରହୁଥିବା ବେଳେ ଓଡିଶାରେ ୧୫ ପ୍ରତିଶତ ।
ସେହିପରି ଦିଲ୍ଲୀରେ ସରକାରୀ ସ୍କୁଲରେ ପାସ ହାର ୯୬ ପ୍ରତିଶତ ରହିଥିବା ବେଳେ ଓଡଇାରେ ୭୧ ପ୍ରତିଶତ , ସ୍ୱାସ୍ଥ୍ୟ ପାଇଁ ବଜେଟ ଦିଲ୍ଲୀରେ ୧୪ ପ୍ରତିଶତ ଥିବା ବେଳେ ଓଡିଶାରେ ୫ ପ୍ରତିଶତ , ଡାକ୍ତରୀ ଟେଷ୍ଟ ଓ ସର୍ଜରୀ ପାଇଁ ଦିଲ୍ଲୀରେ ସମ୍ପୁର୍ଣ୍ଣ ମାଗଣା ଥିବା ବେଳେ ଓଡିଶାରେ ସର୍ବାଧିକ ୫ ଲକ୍ଷ ମହିଳାଙ୍କ ପାଇଁ ୧୦ ଲକ୍ଷ , ଦିଲ୍ଲୀରେ ୨୦୦ ୟୁନିଟ ବିଜୁଳି ସମ୍ପୁର୍ଣ୍ଣ ମାଗଣା ଥିବା ବେଳେ ଓଡିଶାରେ ୮୨୦ ଟଙ୍କା , ଦିଲ୍ଲୀରେ ବସ୍‌ରେ ମହିଳାମାନଙ୍କ ପାଇଁ ସମ୍ପୁର୍ଣ୍ଣ ଦେୟମୁକ୍ତ ହୋଇଥିବା ବେଳେ ଓଡିଶାରେ ଦେୟମୁକ୍ତ , ଦିଲ୍ଲୀରେ ଲୋକଙ୍କ ଘରେ ସରକାରୀ ଯୋଜନା ଶତ ପ୍ରତିଶତ ପହଂଚୁଥିବା ବେଳେ ଓଡିଶାରେ ତାର ତଥ୍ୟ ନାହିଁ ଓ ବାର୍ଦ୍ଧକ୍ୟ ଭତ୍ତା ଦିଲ୍ଲୀରେ ୨୦୦୦ ରହିଥିବା ବେଳେ ଓଡିଶାରେ ମାତ୍ର ୫୦୦ ଟଙ୍କା । ଏହି ସବୁ ତଥ୍ୟକୁ ନେଇ ଆମେ ଅଭିଯାନ ଆରମ୍ଭ କରିବୁ ବୋଲି ଆପ ପକ୍ଷରୁ ସୂଚନା ଦିଆଯାଇଛି । ୬ ଟି ଜୋନକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ସାଂବାଦିକ ସମ୍ମିଳନୀରେ ବରଗଡ ଜିଲ୍ଲା ଆବାହକ ଭବାନୀ ପ୍ରସାଦ ସାହୁ , ନୂଆଁପଡା ଜିଲ୍ଲା ଆବାହକ ରଙ୍ଗଧର ମାଝି , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମିତାଭ ପାତ୍ର ଓ କଳାହାଣ୍ଡିରୁ ଗଜପତି ମାଝି ଓ ଏମଡି ସଲିମ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ପରୁଆ, ଗଙ୍ଗାରାମ ପଟେଲ, ପ୍ରହଲ୍ଲାଦ ବାଗ, ବଲରାମ ଜାଲ, ହିତେଶ ବଗର୍ତ୍ତୀ, ଶଙ୍କର୍ଷଣ ମହାପାତ୍ର, ଡମରୁଧର ରଣା, ସୁଧିର ବାଗ, ସୁଭାଶିନି ଦଣ୍ଡସେନା, ରିଙ୍କୁ ପଟେଳ ଓ ମିନୁ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking