କାଲି ଠାରୁ ୨ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ

ଭୁବନେଶ୍ୱର :କାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ। ଏହା ସହ ସେୟାର ବଜାର ମଧ୍ୟ ସୋମବାର ହିଁ ଖୋଲିବ।
ଆସନ୍ତାକାଲି ମହାଶିବରାତ୍ରି ପାଇଁ ବ୍ୟାଙ୍କ ଛୁଟି ରହିଛି। ପରଦିନ ଫେବୃଆରୀ ୨୨ରେ ଅର୍ଥାତ ଶନିବାର ଚଳିତ ମାସର ଚତୁର୍ଥ ଶନିବାର ହୋଇଥିବାରୁ, ସେହିଦିନ ମଧ୍ୟ ବ୍ୟାଙ୍କ୍‌ ବନ୍ଦ ରହିବ। ସେହିପରି ରବିବାର ସ୍ୱାଭାବିକ ଭାବେ ଛୁଟି ଦିନ। ଅର୍ଥାତ ଆସନ୍ତାକାଲି ଠାରୁ କ୍ରମାଗତ ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ କାମ ବନ୍ଦ ରହିବ।ସବୁଠାରୁ ବଡ଼ କଥା ହେଉଛି, ବ୍ୟାଙ୍କ ବନ୍ଦ ରହୁଥିବାରୁ ଏଟିଏମରେ ଟଙ୍କାର ଅଭାବ ଦେଖାଯାଇପାରେ। ଅନଲାଇନ୍‌ ବ୍ୟାଙ୍କିଂ ସେବା ପାଇଁ ଏହି ଟେନସନ୍‌ ନଥିଲେ ମଧ୍ୟ, ଟଙ୍କାର ଅଭାବ ଲୋକମାନଙ୍କୁ ଚିନ୍ତାରେ ପକାଇପାରେ।
https://onakhabar.com/2020/02/20/school-student-problem-2/