39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଦିଲ୍ଲୀ ହିଂସା କାଣ୍ଡରେ ଶତାଧିକ ଆହତ ପରେ ମାସେ ପାଇଁ ୧୪୪ ଧାରା ଜାରି

ଦିଲ୍ଲୀ ହିଂସା କାଣ୍ଡରେ ଶତାଧିକ ଆହତ ପରେ ମାସେ ପାଇଁ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସମର୍ଥକ ଓ ବିରୋଧୀ ମଧ୍ୟରେ ହିଂସା ଯୋଗୁଁ ଉତ୍ତର-ପୂର୍ବ ଦିଲ୍ଲୀରେ ପରିସ୍ଥିତି ଏବେ ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଅଞ୍ଚଳରେ ହିଂତ୍ସାତ୍ମକ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୋମବାର ଠାରୁ ମଙ୍ଗଳବାର ଯାଏଁ ହିଂସାରେ ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ଏ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ଥିବା ବେଳେ ଅବଶିଷ୍ଟ ୯ ଜଣ ସାଧାରଣ ନାଗରିକ ବୋଲି ଜଣାପଡ଼ିଛି। ସେହିଭଳି ଶତାଧିକ ଆହତ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ତରଫରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ମାସ  ପାଇଁ ୧୪୪ ଧାରା ଜାରି କରିଦିଆଯାଇଛି।
ଦିଲ୍ଲୀର ମୌଜପୁର, ବାବରପୁର, ଜାଫରାବାଦ, ଗୋକୁଳପୁରୀ, ବୃଜପୁରୀ ଆଦି ଅଞ୍ଚଳରେ ପୁଲିସ ଓ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି। ଆଜି ସକାଳୁ ମୌଜପୁର ସମ୍ମୁଖ ବ୍ରହ୍ମପୁରୀ ଅଞ୍ଚଳରେ ପଥରମାଡ଼ ହୋଇଥିଲା।ଆଜି ଖଜୁର ଖାଶରେ ଆରପିଏଫ୍‌ ଫ୍ଲାଗମାର୍ଚ୍ଚ କରିଛି। ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ଓ ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ ସୋମବାର ହିଂସାରେ ସହିଦ ହୋଇଥିବା ଦିଲ୍ଲୀ ପୁଲିସର ହେଡ୍ କନ୍‌ଷ୍ଟେବଳ ରତନଲାଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦିଲ୍ଲୀ ପୁଲିସ କମିସନର କହିଛନ୍ତି, ରତନଲାଲ ଦେଶପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି। ଆମେ ତାଙ୍କର ପରିବାର ସହିତ ଛିଡ଼ା ହେବୁ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking