34.1 C
Bhubaneswar
Thursday, April 25, 2024
Homeଖେଳଟୋକିଓ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ହକି ଖେଳାଳୀ ଦୀପଗ୍ରେସ ଏକ୍କାଙ୍କ ବିଷୟରେ ଜାଣନ୍ତୁ

ଟୋକିଓ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ହକି ଖେଳାଳୀ ଦୀପଗ୍ରେସ ଏକ୍କାଙ୍କ ବିଷୟରେ ଜାଣନ୍ତୁ

ଭୁୁବନେଶ୍ୱର: ଅଭାବୀ ପରିବାର । ସମ୍ବଳ କହିଲେ ଗୁଣ୍ଠେ ଜମି । ସେତିକି ଜମିରେ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଇବା ଅସମ୍ଭବ ଥିଲା ଚାର୍ଲସଙ୍କ ପାଇଁ । ପିଲା ଦିନୁ କୁନି ଝିଅଟିର ହକି ଖେଳ ପ୍ରତି ଆଗ୍ରହ ଦେଖି ଚିନ୍ତା ବଢିଥିଲା ଚାର୍ଲସ ଓ ତାଙ୍କ ପତ୍ନୀ ଜୟମଣିଙ୍କର । ହେଲେ ସବୁ ପ୍ରତିବନ୍ଧ ପରେ ବି ସେମାନେ ହାର୍ ମାନିନଥିଲେ । ସେହି କୁନି ଝିଅଟିର ଅଦ୍ୟମ ଆଗ୍ରହ ଆଉ ଝିଅର ଇଚ୍ଛାକୁ ସାକାର କରିବା ପାଇଁ ବାପା ମା ଙ୍କ କଠିନ ନିଷ୍ପତ୍ତି ଆଜି ବଦଳାଇ ଦେଇଛି ତାଙ୍କ ପରିବାରର ଭୋକର ଭୂଗୋଳ । ଭାରତ ମାନଚିତ୍ରରେ ଆଜି ପରିଚୟ ପାଇଛି ଅଖ୍ୟାତ ବ୍ରାହ୍ମଣୀପାଲି । ସାରାଦେଶବାସୀଙ୍କ ଝିଅକୁ ବାହାବା ମିଳୁଛି । ପ୍ରତିଟି ଓଡିଆଙ୍କୁ ଗର୍ବ କରିବାର ସୁଯୋଗ ଦେଇଥିବା ସେଇ ସୁନା ଝିଅ ତଥା ଭାରତୀୟ ମହିଳା ହକି ଦଳର ୫ମ ଶ୍ରେଷ୍ଠ ଖେଳାଳୀ ଦୀପଗ୍ରେସ ଏକ୍କା । ୨୦୧୮ ମସିହାରେ ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ଜିତିବା ପରେ ସମସ୍ତଙ୍କ ମୁହଁରେ ସୁନ୍ଦରଗଡ ଝିଅର କଥା । ଗୀପ ଗ୍ରେସ ୧୮ତମ ଏସିଆନ ଗେମରେ ହକି ଖେଲି ଦେଶ ପାଇଁ ପଦକ ଆଣିଛନ୍ତି ।

ବ୍ରାହ୍ମଣୀପାଲୀର ଚାର୍ଲସ ଏକ୍କା ଓ ଜୟମଣି ଏକ୍କାଙ୍କ ଝିଅ ଦୀପ ବହୁ କଷ୍ଟରେ ହକି ଖେଳକୁ ଆପଣେଇଛନ୍ତି । ଚୀଷୀ ପରିବାରର ଝିଅକୁ ଦିନେ ଜୋତା ଆଉ ଖେଳ ସାମଗ୍ରୀ ଯୋଗାଇ ପାରୁନଥିବା ପରିବାରର ଆର୍ଥିକ ସ୍ଥିତି ସୁଧାରିଛି ଝିଅର ସଫଳତା । ଦୀପଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କୋଟିଏ ଟଙ୍କାର ପୁରସ୍କାର ବି ଘୋଷଣା କରିଛନ୍ତି । ଗୁଣ୍ଠେ ଜମିରେ ଚାଷ କରି ଝିଅକୁ ଖେଳ ଶିଖାଇବା ଚାର୍ଲସ ଏକ୍କାଙ୍କ ପାଇଁ ଥିଲା ବହୁତ କଷ୍ଟକର ବ୍ୟାପାର । ତଥାପି  ପିଲାବେଳୁ ଦୀପଙ୍କ ଖେଳ ପ୍ରତି ରହିଥିବା ଅହେତୁକ ଆଗ୍ରହକୁ ଦେଖି ତାଙ୍କୁ ଆଗକୁ ବଢିବା ପାଇଁ ପରିବାର ନିଷ୍ପତ୍ତି ନେଇଥିଲା । ଅଧିକ ଖେଳ ଶିଖାଇବା ପାଇଁ ସୁନ୍ଦରଗଡ ସାଇ ହଷ୍ଟେଲକୁ ତାଙ୍କୁ ପଠାଯାଇଥିଲା । ହକିରେ ସୁନାମ ଆଣିଥିବା ଇଗ୍ନେଶ ତିର୍କୀ, ପ୍ରବୋଧ ତିର୍କୀ ଆଦିଙ୍କ ଭଳି ଖେଳାଳୀଙ୍କ ଠାରୁ ଦୀପ୍ ଅନୁପ୍ରାଣିତ ହୋଇଛନ୍ତି । ସେ ୨୦୧୧ ମସିହାରେ ୧୮ ବର୍ଷରୁ କମ ଏସିଆ କପରେ ଖେଳି ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ । ଏହାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ସେ ।

ଖେଳର ଗୋଟିଏ ସିଜିନରେ କ୍ରମାଗତ ଭାବରେ ଏକାଧିକ ସଫଳତା ସାଉଁଟିଥିବା ଦୀପ୍  ତାଙ୍କ ଅଂଚଳ ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାର ମହିଳା ହକି ଖେଳାଳୀମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ବର୍ତମାନ ଆରମ୍ଭ ହେବାକୁ ଥିବା ୩୨ତମ ଗ୍ରୀଷ୍ମକାଳୀନ ଅଲମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଟୋକିଓ ଅଭିମୁଖେ ବାହାରିବ । ବେଙ୍ଗାଲୁରୁଠାରେ ଗତବର୍ଷଠାରୁ ପ୍ରସ୍ତୁତିରେ ଲାଗି ରହିଥିବା ଉଭ୍ୟ ପୁରୁଷ ଓ ମହିଳା ଦଳକୁ ଏବେ ବିଭିନ୍ନ କ୍ରୀଡା ସଂଗଠନ, କ୍ରୀଡା ପ୍ରଶାସକ, ପ୍ରଶିକ୍ଷକ ଓ ପୂର୍ବତନ ଅଲମ୍ପିଆନ୍ସମାନେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଟୋକିଓ ଅଲମ୍ପିକ ପାଇଁ ୧୬ ଜଣିଆ ମହିଳା ଦଳ ଘୋଷଣା ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଦୀପ ଗ୍ରେସ ଏକ୍କାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି । ପୂର୍ବ ରିଓ ଅଲମ୍ପିକରେ ମଧ୍ୟ ସ୍ଥାନ ପାଇଥିଲେ ଦୀପ ଗ୍ରେସ । ଜଣେ ସିନିୟର ଖେଳାଳି ଭାବେ ଦଳ ତାଙ୍କ ଠାରୁ ଯାହା ଆଶା କରିବ ତାହା ଠାରୁ ଅଧିକ ଦେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ଏଥିସହ ଅଲମ୍ପିକରେ ଶତ ପ୍ରତିଶତ ପ୍ରଦର୍ଶନ ଦେବି ଏବଂ ଏଥର ଭାରତୀୟ ଦଳ ମେଡାଲ ଆଣିବ, ସେଥିପାଇଁ ଟିମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ବୋଲି ଦୀପ ଗ୍ରେସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking