32.1 C
Bhubaneswar
Thursday, March 28, 2024
Homeଅପରାଧସୌମ୍ୟ ମହାପାତ୍ର ମୃତ୍ୟୁ ମାମଲା: ପାରଳାଖେମୁଣ୍ଡିରେ କ୍ରାଇମବ୍ରାଂଚ ଟିମ

ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲା: ପାରଳାଖେମୁଣ୍ଡିରେ କ୍ରାଇମବ୍ରାଂଚ ଟିମ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣାକୁ ଏବେ ୭ ଦିନ ବିତିଗଲାଣି । ପୋଲିସକୁ ତଦନ୍ତରେ କ୍ରାଇମବ୍ରାଂଚ ସହଯୋଗ କରିବ । ପାରଳାଖେମୁଣ୍ଡିରେ ପହଂଚିଛି କ୍ରାଇମବ୍ରାଂଚର ୪ ଜଣିଆ ଟିମ । ଏନେଇ କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାମଲାକୁ କ୍ରାଇମବ୍ରାଂଚ ନେଇନି । କେବଳ ତଦନ୍ତରେ ସହଯୋଗ କରିବୁ । ଜଣେ ଡିଏସପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ ପଠାଯାଇଛି ।  ଟିମରେ ଜଣେ ଡିଏସପି, ଜଣେ ଇନସ୍ପେକ୍ଟରଙ୍କ ସହ ୪ ଜଣ ଅଛନ୍ତି ।
ଅନ୍ୟପଟେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ତାଙ୍କ ବାପା ମାଙ୍କୁ ଜେରା ସରିଛି । ୫ ଘଣ୍ଟାର ପଚାରଉଚୁରା ସାରି ପାରଳାଖେମୁଣ୍ଡି ଫେରିଛି ପୋଲିସ ଟିମ । ପୋଲିସ କିଛି ଦସ୍ତାବିଜ ନେଇଥିବା ବିଦ୍ୟାଙ୍କ ବାପା ସୂଚନା ଦେଇଛନ୍ତି ।

ପ୍ରଥମରୁ ସୌମ୍ୟଙ୍କ ପରିବାର ଲୋକେ ବିଦ୍ୟାଭାରତୀ ଓ ଡିଏଫ୍ଓଙ୍କ ଅନୈତିକ ସମ୍ପର୍କ ଆଡକୁ ଇଙ୍ଗିତ କରୁଥିଲେ । ହସ୍ପିଟାଲ ନେବାରେ ବିଳମ୍ବ ଏବଂ ବାଟରେ ଆମ୍ବୁଲାନ୍ସ ଅଟକିବା ମଧ୍ୟ ମାମଲାର ଅନ୍ୟାନ୍ୟ ଦିଗକୁ ଇଙ୍ଗିତ କରୁଥିଲା । ତେବେ ଆଜି ବିଦ୍ୟାଭାରତୀ ନିଜ ବୟାନରେ ସୌମ୍ୟ ଅନ୍ୟ ଜଣେ ଯୁବତୀଙ୍କୁ ଆଇ ଲଭ ୟୁ କହିଥିବା କହିଛନ୍ତି । ଏହା ସହିତ ସେ ଡିଏଫଓଙ୍କୁ ଜାଣି ନାହାନ୍ତି ଏବଂ ଆବଶ୍ୟକ ପଡିଲେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉ ବୋଲି ବିଦ୍ୟାଭାରତୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking