29.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶଝିଆରୀକୁ ବଳାତ୍କାର କଲା ଦାଦା

ଝିଆରୀକୁ ବଳାତ୍କାର କଲା ଦାଦା

ବିହାର: ରକ୍ତ ସମ୍ପର୍କରେ ଲାଗିଲା କଳାଦାଗ। ଝିଆରୀକୁ ଦୁଷ୍କର୍ମ କଲା ଦାଦା। ବିହାର ଭାଗଲପୁର ଜିଲ୍ଲାର ନାଥନଗର ଥାନା କ୍ଷେତ୍ର ଗାଁରେ ନାବାଳିକାକୁ ଦାଦା ଦୁଷ୍କର୍ମ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ନାବାଳିକାର ଚିତ୍କାର ଶୁଣି ଗାଁଲୋକ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତ ଦାଦାକୁ କାବୁ କରିଥିଲେ। ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ଗାଁଲୋକ। ଘଟଣାକୁ ନେଇ ପୀଡ଼ିତା ନାବାଳିକାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ୧୧ ବର୍ଷର ନାବାଳିକା ପୀଡ଼ିତା ବଗିଚାକୁ ଫୁଲ ତୋଳିବାକୁ ଯାଇଥିଲେ। ଘଟଣା ସ୍ଥଳରେ ଅଭିଯୁକ୍ତ ଫୁଲ ତୋଳୁଥିଲା।

ନାବାଳିକା ଉପରେ ସେହି ସ୍ଥାନରେ ସମ୍ପର୍କୀୟ ଦାଦାର ଖରାପ ନଜର ପଡ଼ିଥିଲା। ସେଠାରେ ଝିଆରୀକୁ ଦୁଷ୍କର୍ମ କରିଥିଲା ଦାଦା। ଯେତେ ଚିତ୍କାର କରି ନେହୁରା ହେଲେବି ନୃଶଂସ ଅଭିଯୁକ୍ତ ଦାଦା ଛାଡ଼ିନଥିଲା। ଗାଁଲୋକଙ୍କ ଅଭିଯୋଗ ଅନୁସାରେ ଦେଢ଼ ବର୍ଷ ପୂର୍ବେ ଏହି ଅଭିଯୁକ୍ତ ଅନ୍ୟ ଏକ ନାବାଳିକା ସହ ଦୁଷ୍କର୍ମ କରିଥିଲା। ହେଳେ ଆଇନ ଅଭିଯୁକ୍ତକୁ ଶାସ୍ତି ଦେଇନଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାବାଳିକାଙ୍କୁ ମେଡିକାଲ ପଠାଇବା ସହ ଅଭିଯୁକ୍ତକୁ ବାନ୍ଧି ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking