25.1 C
Bhubaneswar
Monday, May 4, 2026
Homeଦେଶ ବିଦେଶଯକୃତରେ ବଢୁଛି ଶିଶୁ!

ଯକୃତରେ ବଢୁଛି ଶିଶୁ!

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାରୁ ଏକ ମାମଲା ସାମ୍ନାକୁ ଆସିଛି, ଯାହା ଚିକିତ୍ସା ବିଜ୍ଞାନ ସହିତ ଜଡିତ ବିଶେଷଜ୍ଞଙ୍କୁ ମଧ୍ୟ ଚକିତ କରିଦେଇଛି । ଏଠାରେ ଜଣେ ୩୦ ବର୍ଷୀୟ ମହିଳା ଦୀର୍ଘ ସମୟ ଧରି ପେଟ ଯନ୍ତ୍ରଣା ଏବଂ ବାନ୍ତିରେ ପୀଡିତ ଥିଲେ । ଏହି ଲକ୍ଷଣଗୁଡ଼ିକରୁ କୌଣସି ଉପଶମ ନମିଳିବାରୁ, ଡାକ୍ତରମାନେ ତାଙ୍କୁ ଏମଆରଆଇ ପରୀକ୍ଷା ପାଇଁ ପଠାଇ ଦେଇଥିଲେ । ପରୀକ୍ଷା ରିପୋର୍ଟ ପରେ ଯାହା ବାହାରିଲା ତାହା ଆଶ୍ଚର୍ଯ୍ୟଜନକ ଥିଲା। ପ୍ରକୃତରେ, ମହିଳା ଜଣକ ଗର୍ଭବତୀ ଥିଲେ , କିନ୍ତୁ ତାଙ୍କ ଗର୍ଭାଶୟ ସଠିକ୍ ସ୍ଥାନରେ ନଥିଲା ଅର୍ଥାତ୍, ରିପୋର୍ଟ ଅନୁସାରେ ମହିଳାଙ୍କ ଯକୃତର ଡାହାଣ ଭାଗରେ ୧୨ ସପ୍ତାହର ଭ୍ରୁଣ ବଢ଼ୁଛି ଏବଂ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଭ୍ରୁଣଟି ଜୀବିତ ଥିଲା ଏବଂସେଥିରେ ଏକ ହୃଦସ୍ପନ୍ଦନ ହେଉଥିଲା ।

ଏହି ମହିଳା ବୁଲନ୍ଦଶହରର ବାସିନ୍ଦା, ଜଣେ ଗୃହିଣୀ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ପ୍ରାୟ ଦୁଇ ମାସ ଧରି ସେ ଅଜଣା ପେଟ ଯନ୍ତ୍ରଣା ଏବଂ ବାନ୍ତି ସମସ୍ୟାରେ ପୀଡ଼ିତ ଥିଲେ। ଅନେକ ଡାକ୍ତରଙ୍କୁ ଦେଖାଇ ଏବଂ ବିଭିନ୍ନ ସ୍ଥାନରେ ଚିକିତ୍ସା ନେଇଥିଲେ ମଧ୍ୟ ତାଙ୍କୁ କୌଣସି ଆରାମ ମିଳି ନଥିଲା। ଏକ ଘରୋଇ କ୍ଲିନିକରେ ଏମଆରଆଇ ସ୍କାନ କରିବା ପରେ ପ୍ରକୃତ କାରଣ ଜଣାପଡ଼ିଥିଲା। ରିପୋର୍ଟ ଅନୁଯାୟୀ, ଭାରତରେ ଏପରି କୌଣସି ମାମଲା ପୂର୍ବରୁ ରିପୋର୍ଟ ହୋଇ ନାହିଁ। ଏହା ଏକ ଅତ୍ୟନ୍ତ ବିରଳ ଘଟଣା, ଯାହା ବିଶ୍ୱରେ ମାତ୍ର ୧୮ଟି ମାମଲା ରିପୋର୍ଟ ହୋଇଛି। ଏପରି ଗର୍ଭାବସ୍ଥାକୁ ଇଣ୍ଟ୍ରାହେପାଟିକ୍ ଏକ୍ଟୋପିକ ଗର୍ଭାବସ୍ଥା କୁହାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking