28.1 C
Bhubaneswar
Sunday, July 20, 2025
Homeଟୋକିଓ ଅଲମ୍ପିକଟୋକିଓ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ବିଷୟରେ ଜାଣନ୍ତୁ

ଟୋକିଓ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର : ପ୍ରମୋଦ ଭଗତ, ଅର୍ଜୁନ ପୁରସ୍କାର ସମ୍ମାନିତ ଜଣେ ଓଡ଼ିଆ ପାରା-ବ୍ୟାଡମିଣ୍ଟନ ଖେଳାଳି । ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ ଭାବରେ ଅର୍ଜୁନ ପୁରସ୍କାର ଲାଭ କରିବାରେ ସେ ପ୍ରଥମ ଓଡ଼ିଆ ଖେଳାଳି । ୪ ଜୁନ ୧୯୮୮ ମସିହାରେ ଜନ୍ମିତ ପ୍ରମୋଦ ଚାରି ବର୍ଷ ବୟସରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ । ନିଜ ପାଖ ଗଳିରେ ସାଙ୍ଗମାନଙ୍କୁ ଖେଳିବାର ଦେଖି ସେ ୨୦୦୨ ମସିହାରୁ (୧୪ ବର୍ଷରୁ) ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ଜଣେ ଘନିଷ୍ଠ ବନ୍ଧୁଙ୍କ ଘରର ଛାତ ଉପରେ ସେ ବ୍ୟାଡମିଣ୍ଟନ ଖେଳିବା ଅଭ୍ୟାସ କରୁଥିଲେ । ସକ୍ଷମ ବ୍ୟକ୍ତିମାନଙ୍କୁ ଖେଳି ହରାଇବାପରେ ସେ ୨୦୦୬ ମସିହାରେ ପ୍ରତିଯୋଗିତାମୂଳକ ପାରା-ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କରିଥିଲେ ।

ସକ୍ଷମ ଖେଳାଳିମାନଙ୍କ ସହିତ ଖେଳି ସେ ଜିଲ୍ଲା-ସ୍ତରୀୟ ଚାମ୍ପିୟନ ହୋଇଥିଲେ । ଏହାପରେ ସେ ପାରା-ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କରିଥିଲେ । ସେ ଅନେକ ଜାତୀୟ ସ୍ତରୀୟ ପଦକ ଜିତିଥିଲେ । ୨୦୧୯ ମସିହା ଅଗଷ୍ଟ ମାସ ୧୭ ତାରିଖରେ ସେ ୨୦୧୯ ମସିହାରେ ଅର୍ଜୁନ ପୁରସ୍କାର ପାଇବେ ବୋଲି ଭାରତ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ସେ ଅର୍ଜୁନ ପୁରସ୍କାର ପାଇବାରେ ଓଡ଼ିଶାର ଅଷ୍ଟମ ଖେଳାଳି ହୋଇଥିଲେ ।

ଅଗଷ୍ଟ ମାସ ୨୦୨୦ ମସିହାରେ ଟୋକିଓଠାରେ ଅନୁଷ୍ଟିତ ହେବାକୁ ଯାଉଥିବା ପାରା-ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପ୍ରମୋଦଙ୍କର ସ୍ୱପ୍ନ ଅଟେ ।

ପ୍ରମୋଦ ଜାତୀୟ ସ୍ତରରେ ୩୦ଟି ସ୍ୱର୍ଣ୍ଣ ୧୪ଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତିଥିବାବେଳେ ୨୦୧୯ ଅଗଷ୍ଟ ମାସ ସୁଧା ଅନ୍ତର୍ଜାତୀୟ ସ୍ତରରେ ୧୮ ସ୍ୱର୍ଣ୍ଣ , ୭ ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତିସାରିଲେଣି । କେବଳ ୨୦୧୯ରେ ସେ ୧୦ ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତି ସାରିଛନ୍ତି । ‌ପାରା-ବ୍ୟାଡମିଣ୍ଟନର ଏସ୍‌ଏଲ-ଥ୍ରୀ  ବର୍ଗରେ ପ୍ରମୋଦ, ୨୦୧୯ ଅଗଷ୍ଟ ମାସର ସମସାମୟିକରେ ବିଶ୍ୱର ଏକ ନମ୍ବର ଖେଳାଳି ଥିଲେ ।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଓଡ଼ିଶାର ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସମ୍ମାନଜନକ ଅଜୁର୍କନ ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା, ଏକ ମାନପତ୍ର ଓ ଫଳକ ପ୍ରମୋଦଙ୍କୁ ପ୍ରଦାନ କରାଯାଇଥିଲା । ସ୍ୱିଜରଲାଣ୍ଡର ବାସେଲଠାରେ ଅନୁଷ୍ଠିତ ପାରା-ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପରେ ୨ ଟି ସ୍ୱର୍ଣ୍ଣ ପଦକ ପ୍ରମୋଦ ହାସଲ କରିଥିଲେ । ଟୋକିଓ ପାରାଅଲମ୍ପିକ ୨୦୨୦ ପାଇଁ ବିଧିବଦ୍ଧ ଭାବେ ଯୋଗ୍ୟତା ଅର୍ଜନ କଲେ ଓଡିଆ ପୁଅ ପ୍ରମୋଦ ଭଗତ । ଏକକ ବର୍ଗରେ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବେ ଓଡିଆ ପୁଅ ପ୍ରମୋଦ ।

ଜୁନ ୮ ତାରିଖରେ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ (BWF) ପକ୍ଷରୁ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ପାରାଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆକୁ ସୂଚନା ଦିଆ ଯାଇଛି ଯେ, ଟୋକିଓ ୨୦୨୦ ପାରାଅଲମ୍ପିକ୍ ଗେମ୍ସର ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଏକକ ବର୍ଗ ପାଇଁ ଆଉ ୩ ଭାରତୀୟ ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି | ସେଥିରେ ଓଡ଼ିଶାର ପ୍ରମୋଦ ଭଗତ ରହିଛନ୍ତି ।

ପ୍ରମୋଦ କେତେକ ଉଲ୍ଲେଖନୀୟ ପ୍ରତିଯୋଗିତାରେ ଜିତିଥିବା ପଦକ: ୨୦୧୯ ମସିହାରେ ସେ ଅଗଷ୍ଟ ମାସ ପର୍ଯ୍ୟନ୍ତ ୫ଟି ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଲାଭ କରିସାରିଥିଲେ ।

ସ୍ୱର୍ଣ୍ଣ ପଦକ (ସିଙ୍ଗଲ), ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ , ଆୟରଲ୍ୟାଣ୍ଡ, ଅଗଷ୍ଟ ୨୦୧୯
ସ୍ୱର୍ଣ୍ଣ ପଦକ, ଉଗାଣ୍ଡା ଅନ୍ତର୍ଜାତୀୟ ପ୍ରତିଯୋଗୀତା, ଅପ୍ରେଲ ୨୦୧୯
ସ୍ୱର୍ଣ୍ଣ ପଦକ, ଦୁବାଇ ଅନ୍ତର୍ଜାତୀୟ ପ୍ରତିଯୋଗୀତା, ଅପ୍ରେଲ ୨୦୧୯
ସ୍ୱର୍ଣ୍ଣ ପଦକ, ତୁର୍କୀ ଅନ୍ତର୍ଜାତୀୟ ପ୍ରତିଯୋଗୀତା, ମାର୍ଚ୍ଚ ୨୦୧୯
ସ୍ୱର୍ଣ୍ଣ ପଦକ, ଆଇଡବ୍ଲ୍ୟୁଏଏସ ବିଶ୍ୱ କ୍ରୀଡ଼ା ପ୍ରତିଯୋଗୀତା, ଶାରଜାହ, ଫେବୃୟାରୀ ୨୦୧୯
ସ୍ୱର୍ଣ୍ଣ ପଦକ (ଡବଲ), ରୋପ୍ୟ ପଦକ (ସିଙ୍ଗଲ), ବିଶ୍ୱ ପାରା ଚାମ୍ପିୟାନସିପ, ଇଂଲଣ୍ଡ, ୨୦୧୫
କାଂସ୍ୟ ପଦକ, ବିଶ୍ୱ ପାରା ଚାମ୍ପିୟାନସିପ, ଅଲସନ କୋରିଆ, ୨୦୧୭

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking