38.1 C
Bhubaneswar
Friday, April 26, 2024
Homeଓଡିଶାଜଳାନ୍ତକ ରୋଗରେ ଡାକ୍ତରଙ୍କ ପୁଅ ମୃତ 

ଜଳାନ୍ତକ ରୋଗରେ ଡାକ୍ତରଙ୍କ ପୁଅ ମୃତ 

ସମ୍ବଲପୁର: ସମ୍ବଲପୁରର ଜଣାଶୁଣା ଚିକିତ୍ସକ ଡା. ଅଶୋକ ସିଂଘଲଙ୍କ ପୁଅ ତଥା ବ୍ୟବସାୟୀ ଅକ୍ଷୟ ସିଂଘଲ(୩୨) ଜଳାନ୍ତକ ରୋଗରେ ପ୍ରାଣ ହରାଇଛନ୍ତି । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅକ୍ଷୟଙ୍କ ବିବାହ ହେବାର ଥିଲା । ରବିବାର ଭୁବନେଶ୍ୱର ଏମସରେ ଅକ୍ଷୟଙ୍କ ପରଲୋକ ହୋଇଥିବା ଖବର ପହଞ୍ôଚବା ପରେ ଏଠାରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିଲା । ଅପରାହ୍ଣରେ କମଲିବଜାର ରାଜଘାଟରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା ।
ସୂଚନା ଅନୁଯାୟୀ, , କିଛିଦିନ ତଳେ ମୁଦିପଡ଼ାରେ ଏକ ବୁଲା କୁକୁର ଅକ୍ଷୟଙ୍କୁ କାମୁଡ଼ି ଥିବାବେଳେ ସେ ଏ ନେଇ ବାପାଙ୍କୁ ସୁଦ୍ଧା ନ ଜଣାଇ ଚିକିତ୍ସାରେ ଅବହେଳା କରିଥିଲେ । ଗତ ୧୪ ତାରିଖରେ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଗୁରୁତର ହେବାରୁ ଅକ୍ଷୟଙ୍କୁ ଭୁବନେଶ୍ୱର ଏମ୍‌ସକୁ ନିଆଯାଇଥିଲା । ସେଠାରେ ଗତକାଲି ଭୋର ସମୟରେ ଅକ୍ଷୟଙ୍କ ମୃତ୍ୟୁ ହୋଇଥିଲା । ଏଠାରେ ଉଲ୍ଲେଖଥାଉ କି ସମ୍ବଲପୁର ମହାନଗର ନିଗମ (ଏସଏମସି) ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିବାବେଳେ ଅନେକେ କୁକୁର କାମୁଡ଼ାରେ ଆକ୍ରାନ୍ତ ହେବା ସହ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି । ଏଣେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଦିଗରେ ଏସଏମସି ପକ୍ଷରୁ ତତ୍ପରତା ପରିଲକ୍ଷିତ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking