40.1 C
Bhubaneswar
Thursday, April 25, 2024
Homeଓଡିଶାପଡ଼ୋଶୀ ଦେଲେ ପାଚେରି : ୩ ପରିବାର ଗୃହବନ୍ଦୀ

ପଡ଼ୋଶୀ ଦେଲେ ପାଚେରି : ୩ ପରିବାର ଗୃହବନ୍ଦୀ

ବୌଦ୍ଧ : ଗୋଟିଏପଟେ ସରକାର ଥଇଥାନ ଯୋଜନାରେ ବହୁ ସ୍ୱଛଳବର୍ଗର ଲୋକଙ୍କୁ ଘରଡିହ ବଣ୍ଟନ କରୁ ଥିବାବେଳେ ଅନ୍ୟପଟେ ଘରକୁ ରାସ୍ତା ବନ୍ଦ ହୋଇଯିବାରୁ ବୌଦ୍ଧ ସହରର ତିନୋଟି ପରିବାର ଦୁଇଦିନ ହେଲା ଗୃହବନ୍ଦୀ ଅବସ୍ଥାରେ ଥିବା ଏକ ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି ।
ସୂଚନା ଅନୁଯାୟୀ, ବୌଦ୍ଧ ବାବୁସାହିରେ ୨୦୦୮ ମସିହାରେ ସଂସ୍କୃତିଭବନ ନିର୍ମାଣ ପାଇଁ ଜାଗା ସଂରକ୍ଷଣ କରାଯିବା ପରେ ସରକାରୀ ପ୍ଲଟର ଚାରିପଟେ ପାଚେରି ଉଠାଇ ଦିଆଯାଇଥିଲା । ଏହି ସମୟରେ ଚିହ୍ନଟ ଜାଗାର ପଛପଟେ ରହୁଥିବା ତିନୋଟି ପରିବାର ଚଳପ୍ରଚଳ କରିବାକୁ ଏକ ରାସ୍ତା ପାଇଁ ଆବଶ୍ୟକୀୟ ଜାଗା ଛଡ଼ାଯାଇଥିଲା । କିନ୍ତୁ ଉକ୍ତ ରାସ୍ତାରେ ଅନ୍ୟ ଜଣେ ନିଜର ଜାଗା ବୋଲି ପାଚେରି ଉଠାଇଦେବା ପରେ ତିନୋଟି ପରିବାର ବାହାରକୁ ବାହାରିବାକୁ ଆଉ କୌଣସି ରାସ୍ତା ନଥିବା ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ପ୍ରକାଶ କର ଅଭିଯୋଗ କରିବା ପରେ ସେ ଉପଜିଲ୍ଲାପାଳଙ୍କ ନିକଟକୁ ବିଚାର ପାଇଁ ପଠାଇଦେଇଥିଲେ । ଉପଜିଲ୍ଲାପାଳଙ୍କ ଅଦାଲତରେ ଏକ ମାମଲା ରୁଜୁ କରାଯାଇଛି । ମାମଲା ବିଚାରାଧିନ ଥିବାବେଳେ ଉକ୍ତ ରାସ୍ତାରେ ପଡ଼ୋଶୀ ପରିବାର ପାଚେରି ଉଠାଇ ଦେବା ଯୋଗୁଁ ଅଭିଯୋଗକାରୀଙ୍କ ସମେତ ତିନୋଟି ପରିବାର ଗୃହବନ୍ଦୀ ଅବସ୍ଥାରେ ରହିଥିବା ଜଣାପଡ଼ିଛି ।
ପାଚେରି ଡେଇଁ ପରିବାରର ପୁରୁଷ ଲୋକ ଯିବା ଆସିବା କରୁଥିବାବେଳେ ମହିଳା ଓ ଶିଶୁମାନେ ଘରୁ ବାହାରକୁ ବାହାରିବାକୁ ଅନ୍ୟ କୌଣସି ରାସ୍ତାନାହିଁ । ଏ ସମ୍ପର୍କରେ ଉପଜିଲ୍ଲାପାଳ ଏନ୍‌ସି ଜ୍ୟୋତି ରଞ୍ଜନ ନାଏକଙ୍କୁ ଅବଗତ କରାଯିବା ପରେ ସେ ସଦର ରାଜସ୍ୱ ନିରୀକ୍ଷକଙ୍କୁ ପଠାଇ ଗୃହବନ୍ଦୀ ପରିବାରକୁ ରାସ୍ତା ଦେବାକୁ କହିଥିଲେ । କିନ୍ତୁ ପାଚେରି ଉଠାଇଥିବା ପରିବାର ଘର କବାଟ ଖୋଲି ନଥିଲେ କି ରାଜସ୍ୱ ନିରୀକ୍ଷକଙ୍କ ସହିତ କୌଣସି ଆଲୋଚନା କରିନଥିଲେ । ଫଳରେ ଗୃହବନ୍ଦୀ ପରିବାରମାନେ ନିରୁପାୟ ହୋଇ ସହରର ଅନେକ ବ୍ୟକ୍ତିବିଶେଷଙ୍କୁ ନିଜର ଦୁଃଖ ଜଣାଉଥିବା ନଜରକୁ ଆସିଛି । ଏ ସମ୍ପର୍କରେ ପୀଡ଼ିତ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଜମି ଜମା ମାମଲା ହୋଇଥିବାରୁ ପ୍ରଶାସନ ନିକଟରେ ଅଭିଯୋଗ କରିବାକୁ କହି ଫେରାଇ ଦିଆଯାଇଥିବା ଅଭିଯୋଗକାରୀ ଶ୍ରୀକର ପ୍ରକାଶ କରିଛନ୍ତି । ପ୍ରଶାସନ ତୁରନ୍ତ ଜାଗା ମାପ କରିବା ସହିତ ଗୃହବନ୍ଦୀ ପରିବାରଙ୍କୁ ଚଳପ୍ରଚଳ ପାଇଁ ରାସ୍ତା ଯୋଗାଇଦେବାକୁ ସେମାନେ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking