30.1 C
Bhubaneswar
Monday, May 6, 2024
Homeଓଡିଶାଚାଉଳ ଚୋବାଇବାକୁ ମନା କରିବାରୁ ନାବାଳିକାର ଆତ୍ମହତ୍ୟା

ଚାଉଳ ଚୋବାଇବାକୁ ମନା କରିବାରୁ ନାବାଳିକାର ଆତ୍ମହତ୍ୟା

ରଙ୍ଗେଇଲୁଣ୍ଡା : ଦେହରେ କିରୋସିନି ଢ଼ାଳି ଜନୈକା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ହେଲେ ସ୍ୱାତୀ ସାହୁ (୧୨) । ସୋମବାର ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଗ୍ରାମରେ ଘଟିିଛି । ଖବର ଅନୁସାରେ ଗତ ଦୁଇବର୍ଷ ହେଲା ହଳଦିଆପଦର ଗ୍ରାମର ଏକ ଭଡ଼ା ଘରେ ସନ୍ତୋଷିନୀ ସାହୁ ଦୁଇ ଝିଅ ଓ ଗୋଟିଏ ପୁଅଙ୍କ ସହ ମିଶି ରହୁଥିଲେ । ସନ୍ତୋଷିନୀ ନିକଟସ୍ଥ ଆଇସକ୍ରିମ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିଲେ । ବଡ଼ ଝିଅ ସ୍ୱାତୀ ସାହୁ ଗ୍ରାମ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲେ ।

ବିଭିନ୍ନ ସମୟରେ ସ୍ୱାତୀ ଚାଉଳ ଚୋବାଇ ଖାଉଥିବା ବେଳେ ମା ସନ୍ତୋଷିନୀ ଏହାକୁ ଦେଖି ବାରଣ କରୁଥିଲେ । ସୋମବାର ସକାଳେ ସ୍ୱାତୀ ଚାଉଳ ଖାଉଥିବା ବେଳେ ମା’ ଏହା ନଖାଇବାକୁ କହିଥିଲେ । ତେବେ କୌଣସି ବିଷୟକୁ ନେଇ ବିଭିନ୍ନ ସମୟରେ ସ୍ୱାତୀ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ । ସୋମବାର ସନ୍ତୋଷିନୀ ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଇଥିବା ବେଳେ ସାନ ଭଉଣୀ ଓ ଭାଇ ଗ୍ରାମରେ ଥିବା ଆଈଘରକୁ ଯାଇଥିଲେ । ମଧ୍ୟାହ୍ନରେ ଘରେ କେହି ନଥିବାର ସୁଯୋଗ ନେଇ କିରାସିନି ଦେହରେ ଢ଼ାଳି ନିଆଁ ଲଗାଇଥିଲେ । ଘର ଭିତରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟବାସିନ୍ଦା ଆଈଙ୍କୁ ଖବର ଦେଇଥିଲେ ।

ପରେ ଆଈ ଓ ମା’ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ସ୍ୱାତୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସନ୍ତୋଷିନୀ ଗୋଳନ୍ଥରା ଥାନାରେ ଲିଖିତ ଅଭିେଯୋଗ କରିଥିଲେ । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରିଥିଲା । ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ବୋଲି ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking