38.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଆଜି ୧୭୮୪ ପଜିଟିଭ ଚିହ୍ନଟ, ୨ ମୃତ

ରାଜ୍ୟରେ ଆଜି ୧୭୮୪ ପଜିଟିଭ ଚିହ୍ନଟ, ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭୮୪ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୦୩୫ ହୋଇଥିବା ବେଳେ ଲୋକାଲ କେସ ୭୪୯ ରହିଛି । ନୂଆପଡାରୁ ସର୍ବାଧିକ ୩୦୩ ଓ ସୁନ୍ଦରଗଡରୁ ୨୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୦୧, ସମ୍ବଲପୁରରୁ ୧୧୪, ବଲାଙ୍ଗୀରରୁ ୯୧, ବରଗଡରୁ ୮୭, ଗଂଜାମରୁ ୮୦, ବାଲେଶ୍ୱରରୁ ୭୨, କଳାହାଣ୍ଡିରୁ ୬୮, ନବରଙ୍ଗପୁରରୁ ୬୭, କଟକ ୫୯, କେନ୍ଦୁଝରରୁ ୫୪, ପୁରୀରୁ ୫୩, ଷ୍ଟେଟପୁଲରୁ ୪୬, ଯାଜପୁରରୁ ୩୩, ଭଦ୍ରକରୁ ୩୦, ମୟୁରଭଂଜରୁ ୨୭, ରାୟଗଡାରୁ ୨୫, ଅନୁଗୁଳରୁ ୨୦, କେନ୍ଦ୍ରାପଡାରୁ ୧୮, ଗଜପତି ୧୬, ନୟାଗଡରୁ ୧୪, କନ୍ଧମାଳରୁ ୧୩, ଦେବଗଡରୁ ୧୨, ଝାରସୁଗୁଡାରୁ ୧୦, କୋରାପୁଟରୁ ୧୦, ଜଗତସିଂହପୁରରୁ ୭, ସୁବର୍ଣ୍ଣପୁରରୁ ୬, ବୌଦ୍ଧରୁ ୪, ଢେଙ୍କାନାଳରୁ ୨, ମାଲକାନଗିରିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୫୩ ହଜାର ୮୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୦ ହଜାର ୬୦୦ ସୁସ୍ଥ ହୋଇଛନ୍ତି ଏବଂ ଆକ୍ଟିଭ କେସ ବର୍ତମାନ ୧୦୫୦୩ ରହିଛି । ଅନ୍ୟପଟେ ରାଜ୍ୟରେ କରୋନାରେ ଆଜି ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଭଦ୍ରକ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୦କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking