33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆଜି ରାତିରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ତାଉ କ୍ତେ’

ଆଜି ରାତିରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ତାଉ କ୍ତେ’

ନୂଆଦିଲ୍ଲୀ : ଗୁଜରାଟକୁ ଘନଉଛି ‘ତାଉ କ୍ତେ’ ବିପଦ । ସମୁଦ୍ର ଭିତରୁ ଶକ୍ତି ସାଉଁଟି ମାଡ଼ି ଆସୁଛି ‘ତାଉ କ୍ତେ’ । ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଏବେ ଗୁଜରାଟ ମୁହାଁ ହୋଇଛି । ୧୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ମୁମ୍ବାଇ ଠାରୁ ୧୬୦ ଓ ଗୁଜରାଟ ଠାରୁ ୨୯୦ କିଲୋମିଟର ଦୂରରେ ରହିଛି । ଆଜି ରାତିରେ ବାତ୍ୟା ଗୁଜରାଟରେ ଲ୍ୟାଣ୍ଡଫଲ କରିବ । ରାତି ୮ ଟାରୁ ୧୨ଟା ମଧ୍ୟରେ ପୋରବନ୍ଦର ଓ ମହୁଭା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପୂର୍ବରୁ ଆସନ୍ତାକାଲି ଭୋରରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା । ଏହି ସମୟରେ ୧୫୫ ରୁ ୧୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅତି ବେଶିରେ ୧୮୫ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ ।

ଗୁଜରାଟରେ ହାଇ ଆଲର୍ଟ ଜାରି କରାଯାଇଛି । ଗୁଜରାଟରେ ଦେଢ଼ ଲକ୍ଷ ଲୋକଙ୍କ ସ୍ଥାନାନ୍ତର କରାଯାଇଛି । ବାତ୍ୟା ବିପର୍ଯ୍ୟୟ ମୁକାବିଲା ଲାଗି ରାଜ୍ୟରେ ଏନ୍‌ଡିଆର୍‌ଏଫ୍ ଓ ଏସ୍‌ଡିଆର୍‌ଏଫ୍‌ର ୫୪ଟି ଟିମକୁ ମୁତୟନ କରାଯାଇଛି । ବାତ୍ୟାର ବ୍ୟାସ ୪ କିଲୋମିଟର ରହିଛି । ଡିଉରେ ଜାରି ହୋଇଛି ବାତ୍ୟା ସତର୍କତା । ଗୋଆ ଓ ମହାରାଷ୍ଟ୍ର ଦେଇ ବାତ୍ୟା ଅତିକ୍ରମ କରିବା ବେଳେ ପ୍ରବଳ ତାଣ୍ଡବ ରଚିଛି । ମହାରାଷ୍ଟ୍ରରେ ଏବେ ୭୦ ରୁ ୮୦ କିଲୋମିଟର ବେଗରେ ପବନ ହେଉଥିବା ବେଳେ ବର୍ଷା ଜାରି ରହିଛି । ପ୍ରବଳ ବେଗରେ ପବନ ଓ ବର୍ଷା ହେବାରୁ ବହୁ କ୍ଷୟକ୍ଷତି ଘଟାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking