27.1 C
Bhubaneswar
Thursday, April 25, 2024
Homeପଶ୍ଚିମବଙ୍ଗ ନିର୍ବାଚନନିର୍ବାଚନ ପରେ ଚେଇଁ ଉଠିଲା ସିବିଆଇ, ଟିଏମ୍‌ସିର ଦୁଇ ମନ୍ତ୍ରୀ ସମେତ ୪ ନେତା ଗିରଫ

ନିର୍ବାଚନ ପରେ ଚେଇଁ ଉଠିଲା ସିବିଆଇ, ଟିଏମ୍‌ସିର ଦୁଇ ମନ୍ତ୍ରୀ ସମେତ ୪ ନେତା ଗିରଫ

ପଶ୍ଚିମବଙ୍ଗ : ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବାର କିଛି ଦିନ ପରେ ପଶ୍ଚିମବଙ୍ଗ ରାଜନୀତିରେ ନାଟକୀୟ ମୋଡ ଆସିଛି। ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ସକ୍ରିୟ ହୋଇ ଉଠିଛି । ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ସିବିଆଇ ରାଜ୍ୟର ମମତା ବାନାର୍ଜୀ ସରକାରର ୨ ମନ୍ତ୍ରୀ ସମେତ ଚାରି ନେତାଙ୍କୁ ଗିରଫ କରି ନେଇଛି । ଏଜେନ୍ସି ସୋମବାର ଟିଏମସି ମନ୍ତ୍ରୀ ଫିରହାଦ ହାକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ରା ଓ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଛି। ଏହି ସବୁ ନେତାଙ୍କୁ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ କରାଯାଇଛି ।

ସୋମବାର ସିବିଆଇ ଏହି ନେତାଙ୍କ ଘରେ ପହଂଚି ପଚରା ଉଚୁରା ପାଇଁ ଚାରି କୋଲକାତା ନିଜାମ ପ୍ୟାଲେସ୍ ସ୍ଥିତ ନିଜ କାର୍ଯ୍ୟାଳୟକୁ ନେଇଥିଲା । ଅପରପକ୍ଷେ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଦ୍ ସିବିଆଇ କାର୍ଯ୍ୟାଳୟ ପହଂଚିଛନ୍ତି। ରାଜନୈତିକ ପ୍ରତିଶୋଧ ଉଦ୍ଦେଶ୍ୟରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି । ମମତା ବାନାର୍ଜୀଙ୍କ ବ୍ୟତୀତ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଓ ସାନ୍ତନୁ ସେନ ମଧ୍ୟ ସିବିଆଇ କାର୍ଯ୍ୟାଳୟ ପହଂଚିଛନ୍ତି । କେବଳ ଏତିକି ନୁହେଁ ସିବିଆଇ ପକ୍ଷରୁ ଗିରଫ ଶୋଭନ ଚାଟାର୍ଜୀଙ୍କ ପତ୍ନୀ ମଧ୍ୟ ସିବିଆଇ ଦପ୍ତର ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking