33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଯୋଗୀ ସରକାରଙ୍କ ନିଷ୍ପତିରେ ବଢିଲା ବିଜେପି ନେତାଙ୍କ ଟେନସନ !

ଯୋଗୀ ସରକାରଙ୍କ ନିଷ୍ପତିରେ ବଢିଲା ବିଜେପି ନେତାଙ୍କ ଟେନସନ !

ପାଟନା : କରୋନା ଭାଇରସ୍ ସଂକ୍ରମଣ କାରଣରୁ ଗଙ୍ଗାରେ ବହୁଥିବା ମୃତଦେହକୁ ନେଇ ଯୋଗୀ ସରକାର ଓ ବିହାରର ନୀତିଶ ସରକାର ପୂର୍ବରୁ ମୁହାଁମୁହିଁ ହୋଇ ସାରିଛନ୍ତି । ଏହି ଘଟଣାରେ ଦୁଇ ରାଜ୍ୟ ସରକାରର ପ୍ରଶାସନ ପରସ୍ପର ଉପରେ ଦୋଷ ଲଦିବାରେ କୌଣସି ସୁଯୋଗ ହାତଛଡା କରି ନାହାନ୍ତି । ଏବେ ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କ ଏକ ନିଷ୍ପତି ବିରୋଧରେ ବିହାରରେ ରାଜନେତାଙ୍କଠୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷର ସ୍ୱର ଉଠିିଛି । ଏବେ ମାମଲା କରୋନାକୁ ନେଇ ନୁହେଁ ବରଂ ନଦୀ ଉପରେ ବ୍ୟାରେଜ୍ ନିର୍ମାଣକୁ ନେଇ ରହିଛି। ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିନୟ ବିହାରୀଙ୍କ ପରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ନାରାୟଣ ପ୍ରସାଦ ବିହାର ଓ ଉତର ପ୍ରଦେଶ ସୀମାରେ ବ୍ୟାରେଜ ନିର୍ମାଣ କରି ନଦୀର ମୁଖ୍ୟଧାରାକୁ ବଦଳାଇବା ୟୁପି ସରକାରଙ୍କ ନିଷ୍ପତିକୁ ବିରୋଧ କରିଛନ୍ତି । ଏହାକୁ ନେଇ ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କଠାରେ ଫେରାଦ ହୋଇଛନ୍ତି । ଏପରିକି ଜଳ ସମ୍ବଳ ମନ୍ତ୍ରୀ ସଞ୍ଜୟ ଝା ବିଭାଗର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବ୍ୟାରେଜ୍ ନିର୍ମାଣ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking