30.1 C
Bhubaneswar
Monday, May 6, 2024
Homeଓଡିଶାମାଡ଼ି ଆସୁଛି ବାତ୍ୟା 'ଗୁଲାବ'

ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’

ଭୁବନେଶ୍ୱର : ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇସାରିଛି । ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବର ୫୧୦ କିମି ଦୂରରେ ଏହା ଅବସ୍ଥିତ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ । ଶେଷ ୬ ଘଣ୍ଟାରେ ୧୨ କିମି ବେଗରେ ଉପକୂଳକୁ ମୁହାଁଉଛି ବାତ୍ୟା । ୧୨ ଘଣ୍ଟାରେ ଘନୀଭୂତ ହୋଇ ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି । ଗୋପାଳପୁର- ବିଶାଖାପାଟଣା ମଝି କଳିଙ୍ଗପଟ୍ଟନମରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ରହିବ ବୋଲି କୁହାଯାଉଛି । ଆଉ ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଆଜିଠାରୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ସଜାଗ ଗଞ୍ଜାମ ପ୍ରଶାସନ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜରୁରୀ କାଳୀନ ବୈଠକ । ବିଭିନ୍ନ ବିଭାଗର ଅଧିକାରୀ ମାନେ ବୖଠକରେ ଉପସ୍ଥିତ ରହିଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ସମୁଦ୍ର ଓ ନଦୀ କୂଳିଆ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ତହସିଲଦାର ମାନଙ୍କୁ କୁହାଯାଇଛି | ଆବଶ୍ୟକ ପଡିଲେ ଲୋକଙ୍କୁ ସ୍ଥାନନ୍ତରିତ କରାଯିବ । ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ କରିବାକୁ କୁହାଯାଇଛି। ସେହିପରି ରବିବାର ଓ ସୋମବାର ସମୁଦ୍ର କୂଳକୁ କାହାକୁ ଛଡାନଯିବାକୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯିବା ସହ ଆବଶ୍ୟକ ହେଲେ ମେଡିକାଲକୁ ସ୍ଥାନନ୍ତରିତ କରାଯିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବାତ୍ୟା ତିତିଲି ସମୟରେ ଯେଉଁ ସବୁ ଅଞ୍ଚଳ କ୍ଷତି ହୋଇଥିଲା ସେଥିପ୍ରତି ଧ୍ୟ୍ୟନ ଦେବାକୁ ଜିଲ୍ଲାପାଳ କହିଛନ୍ତି |

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, କୋରାପୁଟ,ମାଲକାନଗିରି ବେଶୀ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ସେହପରି ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଅକସ୍ମାତ ବନ୍ୟା ଓ ଭୂସ୍ଖଳନ ପରି ପରି ପରିସ୍ଥିତି ଉପୁଜିପାରେ ବୋଲି ଚେତାବନୀ ଦିଆଯାଇଛି । ସେପଟେ ବାତ୍ୟା ଆଶଙ୍କା ଯୋଗୁଁ ଗଜପତି ଜିଲ୍ଲାରେ ଛୁଟି ବାତିଲ କରାଯାଇଛି । ଗଜପତି ଜିଲ୍ଲାରେ ୨୫ ଓ ୨୬ରେ ଅଫିସରଙ୍କ ଛୁଟି ବାତିଲ ହୋଇଛି । ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ଅଫିସରଙ୍କୁ ହେଡକ୍ୱାଟର୍ସରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିନା ଅନୁମତିରେ କେହି ହେଡକ୍ୱାଟର୍ସ ନ ଛାଡ଼ିବାକୁ କୁହାଯାଇଛି । ୨୫ରୁ ୨୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବାରୁ ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking