29.1 C
Bhubaneswar
Friday, April 26, 2024
Homeଓଡିଶାଅକ୍ଟୋବରରେ ମିଳିବ ଅଧିକ ୧୮ଲକ୍ଷ ଡୋଜ୍

ଅକ୍ଟୋବରରେ ମିଳିବ ଅଧିକ ୧୮ଲକ୍ଷ ଡୋଜ୍

ଭୁବନେଶ୍ବର : ରାଜ୍ୟରେ ଟିକାକରଣ ଆହୁରି ତ୍ବରାନ୍ବିତ ହେବ। ଚଳିତ ମାସ ତୁଳନାରେ କେନ୍ଦ୍ର ସରକାର ରାଜ୍ୟକୁ ଅଧିକ ଟିକା ଆବଣ୍ଟନ କରିଛନ୍ତି। ଅଗଷ୍ଟଠାରୁ ରାଜ୍ୟରେ ପ୍ରତି ମାସରେ ଆବଣ୍ଟିତ ଟିକାର ପରିମାଣ ବଢ଼ି ଚାଲିଛି। ତେଣୁ ଅକ୍ଟୋବରରେ ଅଧିକ ୧୮ଲକ୍ଷ ଡୋଜ୍ ଆସିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅକ୍ଟୋବର ପାଇଁ ସମୁଦାୟ ୭୮ଲକ୍ଷ ୩୪ହଜାର ୪୮୦ ଡୋଜ୍ ଟିକା ଆବଣ୍ଟିତ ହୋଇଛି। ଏଥିରେ ସରକାରୀ ବ୍ୟବସ୍ଥାକୁ ୬୯ଲକ୍ଷ ୧୩ହଜାର ୬୦ ଡୋଜ୍ ଓ ଘରୋଇ ହସ୍ପିଟାଲ ପାଇଁ ୯ଲକ୍ଷ ୨୧ହଜାର ୪୨୦ ଡୋଜ୍ ଟିକା ଆବଣ୍ଟିତ କରାଯାଇଛି।

ସରକରୀ କ୍ଷେତ୍ରକୁ ମିଳିବାକୁ ଥିବା ଟିକାରେ ୫୬ଲକ୍ଷ ୬୫ହଜାର ୨୬୦ ଡୋଜ୍ କୋଭିସିଲ୍‌ଡ ଓ ୧୨ଲକ୍ଷ ୪୭ହଜାର ୮ଶହ କୋଭାକ୍ସିନ୍ ଏବଂ ଘରୋଇ ହସ୍ପିଟାଲ ପାଇଁ ୭ଲକ୍ଷ ୫୫ହଜାର ୪ଶହ କୋଭିସିଲ୍‌ଡ ଓ ୧ଲକ୍ଷ ୬୬ହଜାର ୨୦ ଡୋଜ୍ କୋଭାକ୍ସିନ୍ ଟିକା ରହିଛି। ରାଜ୍ୟ ସରକାର ଦୈନିକ ୪.୧୩ଲକ୍ଷ ଟିକାକରଣ ଲକ୍ଷ୍ୟ ରଖିଥିବା ବେଳେ ଅଧିକ ଡୋଜ୍ ଆସିବା ଫଳରେ ଟିକାକରଣ ଆହୁରି ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାର ସମୁଦାୟ ୩.୧ କୋଟି ହିତାଧିକାରୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏବେ ସୁଦ୍ଧା ୬୭ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ନେଇସାରିଲେଣି।

ତେବେ ରାଜ୍ୟ ସରକାର ଏବେ ଦ୍ବିତୀୟ ଡୋଜ୍ ଟିକାକୁ ଗୁରୁତ୍ବ ଦେଉଛନ୍ତି। ଦ୍ବିତୀୟ ଡୋଜ୍ ଟିକା ନେବାକୁ ଭୁଲି ଯାଇଥିବା ହିତାଧିକାରୀଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ଲାଗି ସମ୍ମୁଖ ଯୋଦ୍ଧାଙ୍କୁ ଦାୟିତ୍ବ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସରେ କେନ୍ଦ୍ର ସରକାର ୬୦.୧୩ ଲକ୍ଷ ଡୋଜ୍ ଟିକା ଆବଣ୍ଟିତ କରିଥିବା ବେଳେ ଏଥିରେ ୫୧ଲକ୍ଷ ୬୯ହଜାର ୨୮୦ ଡୋଜ୍ କୋଭିସିଲ୍‌ଡ ଓ ୮ଲକ୍ଷ ୪୪ ହଜାର ୪୩୦ କୋଭାକ୍ସିନ୍ ରହିଛି। ଏହା ଅଗଷ୍ଟ ମାସ ତୁଳନାରେ ଅଧିକ। ତେବେ ରାଜ୍ୟର ଘରୋଇ ହସ୍ପିଟାଲ ପାଇଁ ଯେତିକି ଟିକା ଆବଣ୍ଟିତ ହେଉଛି, ତାହାର ଯଥେଷ୍ଟ କମ୍ ଟିକା ଘରୋଇ ହସ୍ପିଟାଲମାନେ ଉଠାଉଛନ୍ତି। ଏପରିକି ଏହି ସଂଖ୍ୟା ଲକ୍ଷେ ତଳେ ରହୁଥିବା ନଜରକୁ ଆସୁଛି। ତେଣୁ ଘରୋଇ ହସ୍ପିଟାଲକୁ ମିଳିଥିବା ଟିକା କ୍ଷେତ୍ରରେ ଓଡ଼ିଶା କ୍ଷତି ସହି ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking