31.1 C
Bhubaneswar
Friday, May 10, 2024
Homeଓଡିଶାଭୁବନେଶ୍ୱରକ୍ରମଶଃ ଦୁର୍ବଳ ହେଉଛି ବାତ୍ୟା, ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି ଅସାନୀ

କ୍ରମଶଃ ଦୁର୍ବଳ ହେଉଛି ବାତ୍ୟା, ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି ଅସାନୀ

ଭୁବନେଶ୍ଵର : କ୍ରମଶଃ ଦୁର୍ବଳ ହେଉଛି ବାତ୍ୟା। ପୁରୀଠାରୁ ଏହା ୫୯୦ କି.ମି ଦୂରରେ ଥିବା ବେଳେ ଗୋପାଳପୁର ଠାରୁ ୫୧୦ କି.ମି ଦୂରରେ ରହିଛି। ଆଜି ସନ୍ଧ୍ୟାରେ ବାତ୍ୟା ଆନ୍ଧ୍ର ଉପକୂଳ ନିକଟ ହୋଇ ଦିଗ ବଦଳାଇବ। ଆସନ୍ତାକାଲି ଠାରୁ ଦିଗ ବଦଳାଇ ଓଡ଼ିଶା ଉପକୂଳରେ ସମାନ୍ତରାଳରେ ଯିବ। ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ ରୁ ୬୦ କି.ମି ବେଗରେ ପବନ ବହିପାରେ। ତେବେ ଉପକୂଳ ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବାତ୍ୟା ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି। ଏବେ କ୍ରମଶଃ ଦୁର୍ବଳ ହେଉଛି। ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ତେବେ ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପାଗ ମେଘୁଆ ରହିବ। ଆସନ୍ତାକାଲି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ( ୭ ରୁ ୧୧ ସେମି ) ବର୍ଷା ସମ୍ଭାବନା ରହିଛି। ଅପର ପକ୍ଷରେ ସମ୍ଭାବ୍ୟ ବାତ୍ୟା ପାଇଁ ବନ୍ଦର ଗୁଡ଼ିକରେ ବିପଦ ସଙ୍କେତ ଜାରି କରାଯାଇଛି। ଗୋପାଳପୁର ବନ୍ଦର ପାଇଁ ୩ ନମ୍ଵର ବିପଦ ସଙ୍କେତ ଜାରି ହୋଇଥିବା ବେଳେ ପୁରୀ, ଚାନ୍ଦବାଲି, ଧାମରା ଓ ପାରାଦୀପ ବନ୍ଦର ପାଇଁ ୨ ନମ୍ଵର ବିପଦ ସଙ୍କେତ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking