30.1 C
Bhubaneswar
Thursday, May 9, 2024
Homeଓଡିଶାଅଳିଆଗଦାରେ ଶିଶୁପୁତ୍ରକୁ ଫିଙ୍ଗିଦେଲା ନିର୍ଦୟ ମା’

ଅଳିଆଗଦାରେ ଶିଶୁପୁତ୍ରକୁ ଫିଙ୍ଗିଦେଲା ନିର୍ଦୟ ମା’

ଉଲୁଣ୍ଡା: ଜନ୍ମଦାତ୍ରୀ ମା’ ନବଜାତ ଶିଶୁପୁତ୍ରର ମୁହଁ ଚାହିଁଲା ନାହିଁ । ଅଳିଆଗଦାରେ ଫିଙ୍ଗି ଦେଇ ଚାଲିଯାଇଛି । ଶୀତ-କାକରରେ ପଡ଼ି କୁଆଁକୁଆଁ ଡାକୁଥିବା ଶିଶୁପୁତ୍ରକୁ ଫୁଲ ତୋଳିବାକୁ ଯାଇଥିବା ଜଣେ ଲୋକ ଉଦ୍ଧାର କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନ ମାଟିଖାଇ ଗ୍ରାମର ରାସ୍ତାକଡ଼ରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ଗ୍ରାମ ରାସ୍ତାକଡ଼ ନିକଟରେ ଥିବା ଏକ ଅଳିଆ ଗଦାରୁ ଆଜି ସକାଳୁ ଏକ ନବଜାତ ଶିଶୁପୁତ୍ରର କୁଆଁକୁଆଁ କ୍ରନ୍ଦନ ଶୁଭୁଥିଲା । ଗ୍ରାମର ଗୁପ୍ତେଶ୍ୱର ଝାଙ୍କର୍ ରାସ୍ତା ନିକଟକୁ ଫୁଲ ତୋଳିବାକୁ ଯାଇଥିଲେ । ସେତେବେଳେ ସେ ପ୍ରଥମେ ଶିଶୁପୁତ୍ରର କୁଆଁକୁଆଁ ଡାକ ଶୁଣିଥିଲେ । ଅଳିଆ ଗଦା ପାଖକୁ ଯାଇ ଦେଖିବାରୁ ସେଠାରେ ଏକ ଶିଶୁପୁତ୍ର ପଡ଼ି ଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ସେଠାରୁ ଶିଶୁପୁତ୍ରକୁ ଉଦ୍ଧାର କରି ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ର ।ଥମିକ ଚିକିତ୍ସା ପରେ ଶିଶୁପୁତ୍ର ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଶିଶୁଟି କାହାର ଏବଂ କିଏ ଅଳିଆ ଗଦାରେ ନେଇ ପକାଇଥିଲା ଜଣାପଡିନାହିଁ । କିନ୍ତୁ କେହି ଜଣେ ମହିଳା ନବଜାତ ଶିଶୁପୁତ୍ରକୁ ଜନ୍ମ କଲା ପରେ ଅଳିଆଗଦାରେ ଫିଙ୍ଗି ଦେଇ ଚାଲି ଯାଇଥିବା ନେଇ ସନ୍ଦେହ କରାଯାଉଛି । ଅନ୍ୟପଟରେ ଡିସିପିଓଙ୍କ କହିବା ଅନୁସାରେ ଶିଶୁପୁତ୍ରକୁ ଚିକତ୍ସା କରାଯାଇଛି । ଶିଶୁଟି କାହାର ସେନେଇ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking