ନୂଆଦିଲ୍ଲୀ: ଦେଶରେ କରୋନାରୁ ରକ୍ଷା ପାଇବା ପାଇଁ ଟିକାକରଣ ଉପରେ ଜୋର ଦିଆଯାଉଛି । ସାରା ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଭ୍ୟାକ୍ସିନ ଡୋଜ୍ ଦିଆଯାଉଛି । ହେଲେ ଏବେ ବି ଭ୍ୟାକ୍ସିନ ନେବା ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କରୋନା ହେବା ପରେ ଠିକ ହୋଇଥିବା ଲୋକେ ବି ଏକ ଅନ୍ତରାଳ ସମୟ ମଧ୍ୟରେ ଟିକା ନେବାକୁ ପରାମର୍ଶ ଦିଆଯାଉଛି । ତେବେ ଏହା ମଧ୍ୟରେ କରୋନା ସଂକ୍ରମିତ ହୋଇ ଠିକ ହେବା ପରେ ତୁରନ୍ତ ଟିକା ନେଇଥିଲେ ତାର ପ୍ରଭାବ ନେଇ ବି ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ରହୁଛି । ତେବେ ଆମେ ଯଦି ବିଶେଷଜ୍ଞଙ୍କ କଥା ମାନିବା, ତେବେ କରୋନାରୁ ଟିକ ହେବା ପରେ ତୁରନ୍ତ ଟିକା ନେବାର ପ୍ରଭାବ ପଡିବା ନିଶ୍ଚିତ । ହେଲେ ଚିନ୍ତା କରିବାର ବିଷୟ ନାହିଁ । ବରଂ ଏହାର ଅନେକ ମାତ୍ରାରେ ପଜିଟିଭ ରେଜଲ୍ଟ ଦେଖିବାକୁ ମିଳୁଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ସାଇନ୍ସରେ ଅପରେସନ ଗ୍ରୁପ ଫର କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ଡାକ୍ତର ଏନ କେ ଅରୋଡା କହିଛନ୍ତି, ରକଫେଲର ୟୁନିଭରସିଟିର ଏକ ରିସର୍ଚ୍ଚ କୁହେ, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ପର୍ଯ୍ୟାପ୍ତ ମାତ୍ରାରେ ସୃଷ୍ଟି ହୋଇଥାଏ । ଯାହା ଅନୁସାରେ, ତାର ପ୍ରତିରୋଧକ କ୍ଷମତା ଅନେକମାତ୍ରାରେ ମଜଭୂତ ରହିଥାଏ । ପ୍ରାୟ ୧ ବର୍ଷ ଯାଏଁ ଆଣ୍ଟିବଡି ଶରୀରରେ ରହିଥାଏ । ଆଉ ଯଦି ଏହା ମଧ୍ୟରେ ଭ୍ୟାକ୍ସିନ ନିଆଯାଏ, ତେବେ ହିତକର ହୋଇପାରେ । କରୋନାରୁ ସୃଷ୍ଟି ଆଣ୍ଟିବଡି ସହ ଯଦି ଭ୍ୟାକ୍ସିନ ବି ନିଆଯାଏ, ତେବେ ଏହା ଆଣ୍ଟିବଡି କ୍ଷମତାକୁ ଆହୁରି ବଢାଇଥାଏ ।