ଭୁବନେଶ୍ୱର – ଆଜି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଉପଲକ୍ଷେ ସମଗ୍ର ଦେଶରେ ଅଖିଳ ଭାରତୀୟ ଯୁବ
କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସଙ୍କ ନେତୃତ୍ୱରେ ସେବାର ଦିବସ ରୂପେ ପାଳନ କରାଯାଇଛି । ଓଡ଼ିଶା ପ୍ରଦେଶ
ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ବିଧାନସଭା ସ୍ତରରେ ରାସନ ସାମଗ୍ରୀ ବଂଟନ, ମେଡିକାଲରେ
ଫଳ ବଂଟନ, ରନ୍ଧା ଖାଦ୍ୟ ବଂଟନ ଓ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି ପ୍ରରିପ୍ରେକ୍ଷୀରେ ପ୍ରଦେଶ
ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ
ଗରିବ ଅସହାୟ ପରିବାର ମାନଙ୍କୁ ଏକ ମାସର ରାସନ ସାମଗ୍ରୀ ବଂଟନ କରାଯାଇଛି । ଆଜି ପାଖାପାଖି ୫୦୦
ପ୍ୟାକେଟ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବଂଟନ କରାଯାଇଛି । ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଅଖିଳ
ଭାରତୀୟ ଯୁବ କଂଗ୍ରେସ ଏବଂ ପ୍ରଦେଶ ଯୁବ କଂଗ୍ରେସ କରୋନା ମହାମାରୀ ସମୟରେ ରୋଗୀମାନଙ୍କୁ ବେଡ,
ପ୍ଲାଜମା, ରକ୍ତ, ଭେଂଟିଲେଟର ଇତ୍ୟାଦି ସାହାଯ୍ୟ କରିଆସୁଅଛି । ଆଜିର ଏହି ସମୟ ଆହ୍ୱାନର ସମୟ ତେଣୁ
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ସାରା ଭାରତବର୍ଷରେ ଲୋକମାନଙ୍କୁ ସାହାଯ୍ୟ କରିଆସୁଅଛି । ଆଜିର
ଦିବସ କଂଗ୍ରେସ ପାଇଁ ସେବାର ଦିବସ । ତେଣୁ ସାରା ଭାରତରେ ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ
ନେବାର ସହିତ ସେବା କାର୍ଯ୍ୟ କରୁଅଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ରଞ୍ଜିତ ପାତ୍ର, ସ୍ୱାଗତ
କର, ସଂକୁନା କହଁର, କୃଷ୍ଣଚନ୍ଦ୍ର ମହାନ୍ତି, ବିଶ୍ୱରଞ୍ଜନ ଦାସ, ନଳିନୀକାନ୍ତ ନାୟକ, ବିରେନ ଦଳାଇ, ଶିବଦତ
ମହାନ୍ତି, ଲିଙ୍ଗରାଜ ସାହୁ, ଆଶୁତୋଷ ଲେଙ୍କା, ଆଲୋକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।