29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶକେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ : କରୋନା କାରଣରୁ ଆତ୍ମହତ୍ୟା କରିଥିଲେ କୋଭିଡ୍ ମୃତ୍ୟୁରେ ସାମିଲ୍ କର

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ : କରୋନା କାରଣରୁ ଆତ୍ମହତ୍ୟା କରିଥିଲେ କୋଭିଡ୍ ମୃତ୍ୟୁରେ ସାମିଲ୍ କର

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋଭିଡ୍ ସଂକ୍ରମିତ ହୋଇ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ମୃତ୍ୟୁ ପ୍ରମାଣପତ୍ର ଜାରି କରିବା ତଥା କ୍ଷତିପୂରଣ ଦେବା ନେଇ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ସେପ୍ଟେମ୍ବର ୨୩ ସୁଦ୍ଧା ପ୍ରସ୍ତୁତ୍ କରିବା ସହିତ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ କୋଭିଡ୍ ସଂକ୍ରମିତ ହେବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ବର୍ଗରେ ସାମିଲ୍ କରିବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ସଂକ୍ରମିତ ହେବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମୃତ୍ୟୁକୁ କୋଭିଡ୍ ଜନିତ ମୃତ୍ୟୁ ବୋଲି ନମାନିବା ନିଷ୍ପତ୍ତିକୁ ଆଉଥରେ ବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ ।

ସରକାର ନେଇଥିବା ନିଷ୍ପତ୍ତିକୁ ସ୍ୱୀକାର କରାଯାଇପାରିବ ନାହିଁ । ସମ୍ପ୍ରତି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ୮୦% ଠିକ୍ ଅଛି । ଅଦାଲତ୍ ମଧ୍ୟ ସହମତି ଅଛନ୍ତି । ମାତ୍ର ନିର୍ଦ୍ଦେଶାବଳୀରେ କିଛି ପ୍ରସଙ୍ଗ ରହିଛି ଯାହା ବିଚାରଯୋଗ୍ୟ ବୋଲି ଖଣ୍ଡପୀଠ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ସେପ୍ଟେମ୍ବରକୁ ଧାର୍ଯ୍ୟ କରିଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଏ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ । କୋଭିଡ୍ ମାମଲାରେ ସ୍ୱାବ୍ ପରୀକ୍ଷଣ ପାଇଁ ନିଆଯାଇଥିବା ତାରିଖ କିମ୍ବା ଚିକିତ୍ସା ଆରମ୍ଭ କରାଯାଇଥିବା ତାରିଖର ୩୦ ଦିନ ମଧ୍ୟରେ ସଂକ୍ରମିତର ମୃତ୍ୟୁ ହେଲେ ଏହି ମୃତ୍ୟୁକୁ କୋଭିଡ୍ ମୃତ୍ୟୁ ଭାବେ ବିବେଚନା କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ମୃତ୍ୟୁ ଘରେ ହେଉ ଅଥବା ହସ୍ପିଟାଲ୍‌ରେ, କୋଭିଡ୍ ଜନିତ ମୃତ୍ୟୁ ଭାବେ ପରିଗଣିତ ହେବ । ଏ ନେଇ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଅପରପକ୍ଷରେ କୋଭିଡ୍‌ରେ ସଂକ୍ରମିତ ଥାଇ ବିଷପାନ, ଆତ୍ମହତ୍ୟା, ହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁକୁ କୋଭିଡ୍ ମୃତ୍ୟୁ ଭାବେ ବିବେଚନା କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ । ଅପରପକ୍ଷରେ ଆର୍‌ଟିପିସିଆର୍ ପରୀକ୍ଷଣ, ଆଣବିକ ପରୀକ୍ଷଣ ତଥା ର‌୍ୟାପିଡ୍‌-ଆଣ୍ଟିଜେନ୍ ପରୀକ୍ଷଣ ମାଧ୍ୟମରେ ଚିହ୍ନିତ ରୋଗୀ କିମ୍ବା ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଚିହ୍ନିତ ହୋଇଥିବା ରୋଗୀ ଯେଉଁମାନଙ୍କର ମୃତ୍ୟୁ ହୋଇଛି । ସେହି କ୍ଷେତ୍ରରେ କୋଭିଡ୍ ଜନିତ ମୃତ୍ୟୁ ଭାବେ ବିବେଚନା କରାଯିବ କେନ୍ଦ୍ର ସରକାର କହିଛନ୍ତି । ଅପରପକ୍ଷରେ ଯଦି ସରକାର କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ କ୍ଷେତ୍ରରେ କ୍ଷତିପୂରଣ ଜାରି କରୁଛନ୍ତି, ତେବେ କୋଭିଡ୍‌ରେ ସଂକ୍ରମିତ ହୋଇ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା କାହିଁକି ଲାଗୁ ନହେବ ବୋଲି ନ୍ୟାୟମୂର୍ତ୍ତି ଏମ୍‌ଆର୍ ଶାହ ଓ ଏଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।

ବିନା କାରଣରେ କୌଣସି ବ୍ୟକ୍ତି ଆତ୍ମହତ୍ୟା କରିନଥାଏ । ନିର୍ଦ୍ଦେଶାବଳୀର ପୁନଃ ନିରୀକ୍ଷଣ କରାଯିବା ଉଚିତ୍ । ମୃତ୍ୟୁର କାରଣ ଯଦିଓ ଆତ୍ମହତ୍ୟା କିନ୍ତୁ ଏହି ଆତ୍ମହତ୍ୟା କୋଭିଡ୍ ଯୋଗୁଁ ଘଟିଛି । ଯଦି ଜଣେ ବ୍ୟକ୍ତି କୋଭିଡ୍‌ରେ ସଂକ୍ରମିତ ହେବା ଜାଣିବା ପରେ ତୁରନ୍ତ ଆତ୍ମହତ୍ୟା କରିଥାନ୍ତି । ସେପରି କ୍ଷେତ୍ରରେ ଏହି ମୃତ୍ୟୁକୁ କୋଭିଡ୍ ଜନିତ ମୃତ୍ୟୁ ଭାବେ ବିବେଚନା କରାଯିବା ଉଚିତ୍ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ । ସୂଚନାଯୋଗ୍ୟ ଯେ ଗତ ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶାବଳୀ ନେଇ କଡ଼ା ଚେତାବନୀ ଦେଇଥିଲେ । କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଦାଖଲ କରିବା ପୂର୍ବରୁ ଦେଶରେ ତୃତୀୟ ଲହର ବିତିଯାଇଥିବ ବୋଲି ସୁପ୍ରିମ୍‌କୋର୍ଟ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking