33.1 C
Bhubaneswar
Saturday, April 27, 2024
Homeକରୋନାଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬,୪୯୬ ମୃତ୍ୟୁ ସଂଖ୍ୟା ୮୨୪କୁ ବୃଦ୍ଧି

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬,୪୯୬ ମୃତ୍ୟୁ ସଂଖ୍ୟା ୮୨୪କୁ ବୃଦ୍ଧି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୯୬ ପହଁଚିଛି । ଚିକିତ୍ସାଧୀନ ଅଛନ୍ତି ୧୯,୮୬୮ଜଣ । ଏଥିରେ ସୁସ୍ଥ ହୋଇ ଫେରିଛନ୍ତି ୫୮୦୩ ଜଣ । ମୃତ୍ୟୁବରଣ କରିଛନ୍ତି ୮୨୪ ଜଣ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୨୩ଜଣଙ୍କର ମୃତ୍ୟୁ ଘଟିଲାଣି ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ(୩୧ ), ଆସାମରେ(୧), ବିହାରରେ(୨), ଦିଲ୍ଲୀରେ(୫୪ ), ଗୁଜୁରାଟରେ( ୧୩୩), ହରିୟାଣାରେ(୩),ହିମାଚଳ ପ୍ରଦେଶରେ(୧), ଜମୁ ଓ କଶ୍ମୀରରେ(୬), ଝାଡଖଣ୍ଡରେ(୩),କର୍ଣ୍ଣାଟକ୍‌ରେ(୧୮), କେରଳରେ(୪),ମଧ୍ୟପ୍ରଦେଶରେ(୯୯), ମହାରାଷ୍ଟ୍ରରେ(୩୨୩),ମେଘାଳୟରେ(୧), ଓଡ଼ିଶାରେ(୧) ପଞ୍ଜାବରେ(୧୭), ରାଜସ୍ଥାନରେ(୩୩), ତାମିଲନାଡୁରେ(୨୩), ତେଲେଙ୍ଗାନାରେ(୨୬), ଉତ୍ତରପ୍ରଦେଶରେ(୨୭) ଓ ପଶ୍ଚିମବଙ୍ଗରେ(୧୮) । ହେଲେ କୋଭିଡ୍‌-୧୯ ଟ୍ରାକ୍ ତଥ୍ୟ ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୪୯୬ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୧୯,୭୩୨ ଏବେ ସୁଦ୍ଧା ଚିକିତ୍ସାଧୀନ ଥିବାବେଳେ ୮୨୫ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୫,୯୩୯ ଜଣ ଚିକିତ୍ସାପରେ ସୁସ୍ଥ ହୋଇ ଫେରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking