29.8 C
Bhubaneswar
Thursday, April 18, 2024
Homeଓଡିଶାଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରାନ୍ଵିତ କରାଯାଇଛି ସ୍ୱାବ ଟେଷ୍ଟ

ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରାନ୍ଵିତ କରାଯାଇଛି ସ୍ୱାବ ଟେଷ୍ଟ

ଭଦ୍ରକ : ଭଦ୍ରକ ଜିଲ୍ଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢିଚାଲିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାବ ଟେଷ୍ଟ ଆରମ୍ଭ ହୋଇଛି । ମୋଟ ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ କୋଲକତାରୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ପଜିଟିଭ୍ ବାହାରୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାବ ଟେଷ୍ଟ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯାଇଛି। କୋଲକତା ଫେରନ୍ତାଙ୍କୁ କ୍ୱାରେନଣ୍ଟାଇନରେ ରଖାଯାଇଛି । ଧାମନଗରରେ ସବାର୍ଧିକ ୫ଶହରୁ ଅଧିକ କୋଲକତା ଫେରନ୍ତା ଥିବାରୁ ଧୂଷୁରୀ, ଦୋବଲ ଓ ଚୁଡାକୁଟିଠାରେ ୩ଟି ସେଣ୍ଟର ଆରମ୍ଭ ହୋଇଛି । ଏହି ସେଣ୍ଟରଗୁଡିକରୁ ୩ଶହ ସ୍ୱାବ ସଂଗ୍ରହ ହୋଇଛି । ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ବାସୁଦେବପୁର, ତିହିଡି ଅଞ୍ଚଳରେ ମୋଟ ୭୭୨ ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ସେପଟେ ଜିଲ୍ଲାର ଧାମନଗର ଓ ତିହିଡ଼ି ବ୍ଲକକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଧାମନଗର ବ୍ଲକର ଖଡ଼ିପଦା, ଆନନ୍ଦପୁର ଓ କଲ୍ୟାଣୀ ପଞ୍ଚାୟତକୁ ଏବଂ ତିହିଡ଼ି ବ୍ଲକର ବାମନବିନ୍ଧା ଓ କାଁପଡ଼ା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି। ଏଠାରେ ବ୍ୟାପକ ପୋଲିସ ପହରା ସହ ସମସ୍ତ ସାହିରାସ୍ତାକୁ ସିଲ କରିଦିଆଯାଇଛି। ସଂପୃକ୍ତ ଜୋନରେ ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନେ ମିଳିତ ଭାବେ ଘରକୁ ଘର ବୁଲି ଯାଞ୍ଚ ଚଳାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking