37.1 C
Bhubaneswar
Thursday, March 28, 2024
Homeଓଡିଶାଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀମନ୍ଦିର ଭିତରେ ହେବ ରଥକାଠ ଅନୁକୂଳ

ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀମନ୍ଦିର ଭିତରେ ହେବ ରଥକାଠ ଅନୁକୂଳ

ଭୁବନେଶ୍ୱର : ଆଜି ପବିତ୍ର ଅକ୍ଷୟତୃତୀୟା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଦିନଠାରୁ ହିଁ ରଥପାଇଁ କାଠ ଅନୁକୂଳ କରାଯାଇଥାଏ । କିନ୍ତୁ ଏଥର କରୋନା କଟକଣାକୁ ନେଇ ଗଜପତି ମହାରାଜ, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ଅନୁଯାୟୀ, ଆନନ୍ଦବଜାର ଚାହାଣିମଣ୍ଡପରେ ରଥକାଠ ଅନୁକୂଳର ଆଦ୍ୟପର୍ବ ବନଯାଗ ନୀତି ଅନୁଷ୍ଠିତ ହେବ । କିନ୍ତୁ ଏଥିରେ ମଧ୍ୟ ତିନି ରଥର ମହାରଣା ,ରାଜଗୁରୁଙ୍କ ସମେତ ସିମୀତ ସଦସ୍ୟ ଏହି ସମୟରେ ଉପସ୍ଥିତ ରହିବେ । କିନ୍ତୁ ଅନୁକୂଳ ପରେ ବି ରଥ ନିର୍ମାଣ କାର୍ଯ୍ୟ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ । ସେହିପରି ଆଜି ରାଜ୍ୟର ପ୍ରତ୍ୟେକଟି ଚାଷୀ ପରିବାର ବିଲରେ ଚାଷ କାର୍ଯ୍ୟ ଆରମ୍ଭର ପରମ୍ପରା ରହିଛି । ବର୍ଷର ପ୍ରଥମ ବିହନ ପ୍ରତିକାତ୍ମକ ଭାବେ ଆଜିହିଁ ବୁଣାଯିବାର ପରମ୍ପରା ରହିଛି । କିନ୍ତୁ ଏଥର ସାମଜିକ ଦୂରତା ରଖି ଏହା ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
https://onakhabar.com/2020/04/24/lord-srijaganath-festival-will-be-held-inside-the-temple/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking