ମୟୁରଭଞ୍ଜ: ଗୋଟିଏ ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ । ମୟୁରଭଞ୍ଜ ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁ ମୁଣ୍ଡରେ ଯୁବକ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଝିଅଟି ସ୍ଥାନୀୟ କାଳିଆପୋଷି ଗାଁର ହୋଇଥିବାବେଳେ ପୁଅର ଘର କରଞ୍ଜିଆ ଥାନା ସୁନାପୋଷି ଗାଁର ବୋଲି ସୂଚନା ମିଳିଛି ।ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୁଲିସ । ଘଟଣାସ୍ଥଳରେ ଠାକୁରମୁଣ୍ଡା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।










