39.1 C
Bhubaneswar
Friday, April 26, 2024
Homeକରୋନା୨୪ଘଣ୍ଟାରେ ୬୧,୪୦୮ କରୋନା ଆକ୍ରାନ୍ତ ଚିହ୍ନଟ, ୫୭,୪୬୯ ସୁସ୍ଥ

୨୪ଘଣ୍ଟାରେ ୬୧,୪୦୮ କରୋନା ଆକ୍ରାନ୍ତ ଚିହ୍ନଟ, ୫୭,୪୬୯ ସୁସ୍ଥ

ନୂଆଦିଲ୍ଲୀ:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୭ ହଜାର ୫୪୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬୧ ହଜାର ୪୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଦେଶରେ ୭ ଲକ୍ଷ ୧୦ ହଜାର ୭୭୧ ଜଣ ଚିକିତ୍ସିତ ହେଉଥିବା ବେଳେ ୨୩ ଲକ୍ଷ ୩୮ ହଜାର ୩୫ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking