27.1 C
Bhubaneswar
Thursday, April 25, 2024
Homeଓଡିଶାଆଦିତ୍ୟ ଦାସ ମୃତ୍ୟୁ ମାମଲା , ଏହି ୪ ଜଣଙ୍କ ଲାଏ ଡିଟେକ୍ସନ କରିବ କ୍ରାଇମବ୍ରାଂଚ

ଆଦିତ୍ୟ ଦାସ ମୃତ୍ୟୁ ମାମଲା , ଏହି ୪ ଜଣଙ୍କ ଲାଏ ଡିଟେକ୍ସନ କରିବ କ୍ରାଇମବ୍ରାଂଚ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କେତେ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ ହୋଇ ପାରିନାହିଁ । ଏହି ମାମଲାର ବର୍ତ୍ତମାନ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଏହି ମାମଲାର ଶୀର୍ଷରେ ପହଞ୍ଚିବା ନେଇ ୪ଜଣଙ୍କ ଲାଏ ଡିଟେକସନ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ । ଏହି ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛି ରାଜ୍ୟ ଫରେନସିକ ଲାବ୍ରୋଟୋରୀ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ପିପୁଲ ଫର ସେବା ସଦସ୍ୟ ପପୁ, ବିକାଶ ଓ ଅନ୍ୟ ଜଣଙ୍କର ଲାଏ ଡିଟେକସନ ଟେଷ୍ଟ ହେବ ।
ସେହିପରି କିଛି ଦିନ ତଳେ ଆଦିତ୍ୟକଙ୍କ ଫେସବୁକରେ ହୋଇଥିବା ଶେଷ ପୋଷ୍ଟକୁ ନେଇ ଛାନଭିନ କରୁଥିଲା କ୍ରାଇମବ୍ରାଞ୍ଚ । ଏହାସହ ଫେସବୁକକୁ ଚିଠି ଲେଖଥିଲା କ୍ରାଇମବ୍ରାଞ୍ଚ । କାହା ମୋବାଇଲରେ ପୋଷ୍ଟିଂ ହୋଇଥିଲା ସେନେଇ ଯାଞ୍ଚ ଚାଲିଛି । କାରଣ ବିଦ୍ୟାଶ୍ରୀ ମଧ୍ୟ ତାଙ୍କ ଫେସବୁକ୍ ପାସୱାର୍ଡ଼ ଜାଣିଥିଲେ । ଏହାସହ ୧୦ମାସର କଲ ଡିଟେଲ୍ସ ବାହାର କରିବାକୁ ଚେଷ୍ଟା ଜାରି ରହିଛି ।
ଏହାସହ ତାଙ୍କ ଡାଏରୀରୁ ମିଳିଥିବା ଡ଼େଟ ନୋଟ ତାଙ୍କ ହ୍ୟାଣ୍ଡରାଇଟିଂ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲା ହ୍ୟାଣ୍ଡରାଇଟିଂ ବ୍ୟୁରୋ ।
ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking