33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଦୃତତମ ଟିକାକରଣରେ ଭାରତ ୪ର୍ଥ ସ୍ଥାନରେ

ଦୃତତମ ଟିକାକରଣରେ ଭାରତ ୪ର୍ଥ ସ୍ଥାନରେ

ନୂଆଦିଲ୍ଲୀ: ଭାରତରେ ୧୬ ଜାନୁୟାରୀରେ ଦୁନିଆର ସବୁଠୁ ବଡ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନକୁ ଏକ ମାସ ପୁରିଗଲାଣି । ୧୬ ଫେବୃୟାରୀ ପର୍ଯ୍ୟନ୍ତ ସରକାର ୮୮.୫୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦେଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ସ୍ୱାସ୍ଥ୍ୟକର୍ମାୀଙ୍କୁ ଦ୍ୱିତୀୟ ଡୋଜ୍ ବି ଦିଆସରିଛି । ଟିକାକରଣରେ ୧୧ତମ ସ୍ଥାନରୁ ୪ର୍ଥ ସ୍ଥାନକୁ ଆସିଛି ଭାରତ । ୧୬ ଜାନୁୟାରୀରେ ଦେଶରେ ୧.୯୧ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା । ସେତେବେଳେ ଭାରତ ୧୧ ନମ୍ବରରେ ଥିଲା । ତେବେ ବ୍ରିଟେନ, ଜର୍ମାନୀ ଓ ଇଟାଲୀ ଭଳି ରାଷ୍ଟ୍ରରେ ଭାରତ ପୂର୍ବରୁ ଟିକାକରଣ ଆରମ୍ଭ ହୋଇଥିଲା । ହେଲେ ଆଜି ଭାରତ ତାଙ୍କ ଠାରୁ ଆଗରେ ରହିଛି । ଆମେରିକାରେ ୧୪ ଡିସେମ୍ବରରୁ ଟିକାକରଣ ଆରମ୍ଭ ହୋଇଥିଲା । ଆମେରିକାକୁ ୯୦ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ୩୫ ଦିନ ଲାଗିଥିଲା । ବ୍ରିଟେନରେ ୮ ଡିସେମ୍ବରରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୯୦ ଲକ୍ଷ ଲୋକଙ୍କୁ ଟିକାକରଣ ପାଇଁ ତାକୁ ୫୦ ଦିନରୁ ଅଧିକ ସମୟ ଲାଗିଥିଲା । ଏହି ହିସାବରେ ଦେଖିଲେ, ଭାରତ ସବୁଠୁ ଆଗରେ ରହିଛି । ଭାରତରେ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିଲା । ଆଉ ୩୦ ଦିନରେ ପ୍ରାୟ ୯୦ ଲକ୍ଷ ଲୋକଙ୍କୁ ଟିକା ଦିଆସରିଛି । ଖୁସିର କଥା ଏହା ଯେ, ଟିକା ସୁରକ୍ଷିତ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ୧୬ ଫେବୃୟାରୀ ଯାଏ କେବଳ ୩୬ ଜଣ ଏମିତି ଥିଲେ, ଯାହାକୁ ଭ୍ୟାକ୍ସିନ ଦେବା ପରେ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡିଥିଲା । ଆଉ ଭ୍ୟାକ୍ସିନ ନେବା ପରେ ୨୯ ଜଣ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି ।
କରୋନା ଟିକା ପ୍ରଥମେ କାହାକୁ ଦିଆଯିବ, ଏହାର ପ୍ରାୟୋରିଟି ସରକାର ଡିସେମ୍ବରରେ ହିଁ ସ୍ଥିର କରିଥିଲେ । ଏହି ଲିଷ୍ଟରେ ୩୦ କୋଟି ଲୋକଙ୍କୁ ସାମିଲ କରାଯାଇଛି । ଏଥିରେ ୧ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ୨ କୋଟି ଫ୍ରଣ୍ଟଲାଇନ କର୍ମୀଙ୍କ ସହ ୨୭ କୋଟି ଏମିତି ଲୋକ ଥିବେ, ଯାହାଙ୍କ ବୟସ ୫୦ ବର୍ଷରୁ ଅଧିକ ଥିବ କିମ୍ବା ସେ କୌଣସି ଏକ ସାଂଘାତିକ ରୋଗରେ ପିଡୀତ ଥିବେ ।
ଦେଶରେ ସବୁଠୁ ଅଧିକ ଟିକା ଲଗାଇବାରେ ଉତ୍ତରପ୍ରଦେଶ ପ୍ରଥମରେ ରହିଛି । ସେଠାରେ ୯.୩୪ ଲକ୍ଷ ଲୋକଙ୍କୁ ଟିକା ଦିଆସରିଛି । ସେମାନଙ୍କ ମଧ୍ୟରୁ ୧୮ ହଜାରରୁ ଅଧିକ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ବି ଦିଆସରିଛି । ପରେ ଦ୍ୱିତୀୟରେ ମହାରାଷ୍ଟ୍ର ରହିଛି । ସେଠାରେ ୭.୨୬ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଛି ।
୫ ଫେବୃୟାରୀରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଲୋକସଭାରେ କହିଥିଲେ, ଏପର୍ଯ୍ୟନ୍ତ ୧.୭୪ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମୀଙ୍କୁ କୋୱିନ ଆପରେ ଟିକାକରଣ ପାଇଁ ପଂଜିକୃତ କରାଯାଇଛି । ଏହି ହିସାବରେ ସରକାର ଯେଉଁ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକା ଲଗାଇବା ପାଇଁ ଲକ୍ଷ୍ୟ ରଖିଥିଲେ, ତା ମଧ୍ୟରୁ ୫୮ ପ୍ରତିଶତ ଟିକା ପାଇଁ ପଂଜୀକୃତ କରିଛନ୍ତି ।
ଏହା ମଧ୍ୟ ଟିକିଏ ଚିନ୍ତା ବଢାଉଛି ଯେ, ସରକାର ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ୩୦ କୋଟି ଲୋକଙ୍କୁ ଟିକା ଲଗାଇବା ପାଇଁ ଲକ୍ଷ୍ୟ ରଖିଥିଲେ । ଏବେ ଯେଉଁ ହିସାବରେ ଟିକାକରଣ ହେଉଛି, ଯଦି ସେମିତି ଚାଲିବ, ତେବେ ଅଗଷ୍ଟ ପର୍ଯ୍ୟନ୍ତ ପ୍ରାୟ ୭ କୋଟି ଲୋକଙ୍କୁ ହିଁ ଟିକା ଦିଆଯାଇପାରିବ ।
ଚଳିତ ବର୍ଷ ବଜେଟରେ ୩୫ ହଜାର କୋଟି କରୋନା ଟିକା ପାଇଁ ରଖାଯାଇଛି । ୫ ଫେବୃୟାରୀରେ ସରକାର ଲୋକସଭାରେ କହିଥିଲେ ଯେ ଏପର୍ଯ୍ୟନ୍ତ ଭ୍ୟାକ୍ସିନର ୧.୬୫ କୋଟି ଡୋଜ କିଣାଯାଇଛି । ଏହା ମଧ୍ୟରୁ ୧.୧୦ କୋଟି ଡୋଜ କୋଭିସିଲ୍ଡ ଓ ୫୫ ଲକ୍ଷ ଡୋଜ କୋଭାକ୍ସିନ ରହିଛି । ଏହାକୁ କିଣିବା ପାଇଁ ସରକାର ୩୫୦ କୋଟି ଖର୍ଚ୍ଚ କରିଛନ୍ତି । ୧ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ୨ କୋଟି ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକା ଲଗାଇବାକୁ ୪୮୦ କୋଟି ଖର୍ଚ୍ଚ ହେବା ଅନୁମାନ କରାଯାଉଛି । ଏହାଛଡା ୧୩୯୨ କୋଟି ଟିକାରେ ଖର୍ଚ୍ଚ ହେବ ।
ଦୁନିଆରେ ଟିକାର ସବୁଠୁ ବଡ ବଜାର ହେଉଛି ଭାରତ । ଆମ ଦେଶରେ ପ୍ରତିବର୍ଷ ୨.୩ ଅରବ ଟିକାର ଡୋଜ ପ୍ରସ୍ତୁତ ହୁଏ । ବୈଦେଶିକ ମନ୍ତ୍ରାଳୟ ଅନୁସାରେ, ଏପର୍ଯ୍ୟନ୍ତ ୨୦ ଦେଶକୁ ୨.୨୯ କୋଟି ଭ୍ୟାକ୍ସିନ ଡୋଜ ଦିଆସରିଛି । ୧୬ ଫେବୃୟାରୀ ପର୍ଯ୍ୟନ୍ତ ଭାରତରେ ସବୁଠୁ ଅଧିକ ୭୦ ଲକ୍ଷ ଡୋଜ ବାଂଲାଦେଶକୁ ଦିଆଯାଇଛି । ଏହାପରେ ୩୭ ଲକ୍ଷ ଡୋଜ ମ୍ୟାଁମାର ଓ ୧୦ ଲକ୍ଷ ଡୋଜ୍ ନେପାଳକୁ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking