37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକେଉଁ ଫ୍ରାଞ୍ଚାଇଜ ସବୁଠୁ ଅଧିକ ଖେଳାଳୀ କିଣିବ

କେଉଁ ଫ୍ରାଞ୍ଚାଇଜ ସବୁଠୁ ଅଧିକ ଖେଳାଳୀ କିଣିବ

ନୂଆଦିଲ୍ଲୀ: ଗୁରୁବାର ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗର ଖେଳାଳୀଙ୍କ ନିଲାମ ମଧ୍ୟରେ ଅଷ୍ଟ୍ରଲିଆ କ୍ରିକେଟର ଗ୍ଲେନ ମାକ୍ସୱେଲ ଓ ଇଂଲଣ୍ଡର ସ୍ପିନ ବୋଲର ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କ ଉପରେ ବଡ ନିଲାମ ହୋଇପାରେ ବୋଲି ଆଶା କରାଯାଉଛି । ନିଲାମ ପାଇଁ ମୋଟ ୨୯୨ ଖେଳାଳୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଯାହା ମଧ୍ୟରେ ୧୬୪ ଭାରତୀୟ ଓ ୧୨୫ ବିଦେଶୀ ଖେଳାଳୀ ରହିଛନ୍ତି । ଏଥିରେ ୩ ଆସୋସିଏଟ ଖେଳାଳୀ ବି ଅଛନ୍ତି । ଚେନ୍ନାଇରେ ଆଜି ଏହି ଅକ୍ସନ ଦିନ ୩ଟାରେ ଆରମ୍ଭ ହେବ । ୮ ଫ୍ରାଂଚାଇଜ ଟିମକୁ ୩୧ ସ୍ଥାନ ଭରିବାକୁ ପଡିବ । ଯାହା ମଧ୍ୟରେ ରୟାଲ ଚାଲେଂଜର୍ସ ବେଙ୍ଗାଲୁରୁ ସବୁଠୁ ଅଧିକ ୧୧ ସ୍ଥାନରେ ଖେଳାଳୀଙ୍କୁ ବାଛିବ । ଏଥିପାଇଁ ତାଙ୍କ ପାଖରେ ୩୫.୧ କୋଟି ଟଙ୍କା ଅଛି । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ପାଖରେ କେବଳ ୩ଟି ସ୍ଥାନ ଉପଲବ୍ଧ ରହିଛି । ଯାହାପାଇଁ ୧୦.୭୫ କୋଟି ଟଙ୍କା ତା ପାଖରେ ଅଛି । ସବୁଠୁ ଅଧିକ ରାଶି ଅନିଲ କୁମ୍ବଲେ କୋଟିଂ କରୁଥିବା ପଂଜାବ କିଙ୍ଗସ ପାଖରେ ଅଛି । ତାଙ୍କ ପାଖରେ ୯ ସ୍ଥାନ ପାଇଁ ୫୩.୨୦ କୋଟି ଉପଲବ୍ଧ ରହିଛି । କୋଭିଡ ମହାମାରୀ ପାଇଁ ଗତବର୍ଷ ୟୁଏଇରେ ଏହା ଅନୁଷ୍ଠିତ ହୋଇଥିଲା । ଏବେ ଏହାର ଆୟୋଜନ ଭାରତରେ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking