39.1 C
Bhubaneswar
Friday, April 26, 2024
Homeକରୋନା୨୪ ଘଂଟାରେ ୬୦୧ଟି କରୋନା ପଜିଟିଭ , ୧୨ ମୃତ

୨୪ ଘଂଟାରେ ୬୦୧ଟି କରୋନା ପଜିଟିଭ , ୧୨ ମୃତ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଭାରତରେ ୨,୯୦୨ଟି କରୋନା ମାମଲା ରୁଜୁ ହୋଇଛି। ଗତକାଲି ଠାରୁ କରୋନାରେ ୬୦୧ ଟି ପଜିଟିଭ୍ ରୋଗ ହୋଇଥିବା ଜଣାଯାଇଛି ଏବଂ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଦିଲ୍ଲୀର ତବଲିଗି ଜାମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୫୧ ବର୍ଷିୟ କରୋନା ଜୀବାଣୁ ସଂକ୍ରମିତ ରୋଗୀର ଆଜି ତାମିଲନାଡୁରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୧୧ ଟି କରୋନା ଜୀବାଣୁ ରିପୋର୍ଟ ହୋଇଥିବା ବେଳେ ସେଥିମଧ୍ୟରୁ ୩୬୪ ଟି ଟାବଲି ଜାମାତରେ ଜଡିତ ଅଛନ୍ତି।  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହା ସୂଚନା ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଭାରତରେ ୨,୯୦୨ଜଣ ଲୋକ କରୋନା ଭାଇରସ (COVID-19) ରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୨୬୫୦ ଲୋକ ଚିକିତ୍ସିତ ହେଉଛନ୍ତି। ୧୮୩ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ୬୮ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୧୨ ଘଣ୍ଟା ମଧ୍ୟରେ ୩୫୫ ଟି ମାମଲା ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ବିଶ୍ୱ ର ୨୦୭ ଟି ଦେଶରେ ୯,୭୬,୨୪୯ଟି ମାମଲା ରୁଜୁ ହୋଇଛି। ୫୦,୪୮୯ ଜଣଙ୍କର ମୃତ୍ୟୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking