37.2 C
Bhubaneswar
Friday, April 19, 2024
Homeଓଡିଶାଭତ୍ତାବଣ୍ଟନ ବେଳେ ସାମାଜିକ ଦୂରତାକୁ ପୌରପରିଷଦର ଅଣଦେଖା

ଭତ୍ତାବଣ୍ଟନ ବେଳେ ସାମାଜିକ ଦୂରତାକୁ ପୌରପରିଷଦର ଅଣଦେଖା

ମୟୁରଭଞ୍ଜ : ଆତଙ୍କ ପାଲଟିଥିବା କରୋନା ସଂକ୍ରମଣର ମୁକାବିଲା ପାଇଁ ସଚେତନ ବାର୍ତ୍ତା ପ୍ରଚାର କରି ନିଜେ ମାନୁନାହାନ୍ତି ପୌରପରିଷଦ କତ୍ତୃପକ୍ଷ। ଯୋଉଥିପାଇଁ ସାଧାରଣରେ ସମାଲୋଚିତ ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ତୃତୀୟ ଓ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଅଫିସକାର୍ଯ୍ୟରୁ ଦୁରେଇ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ଆଲୋଚନା ହେଉଥିବା ବେଳେ ଏଠାରେ ତାର ବ୍ୟତିକ୍ରମ ପଛରେ କିଏ,କଣ ରହିଛି ରହସ୍ୟ ? ସବୁ ଆଖି ସାମ୍ନାରେ ଚାଲିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବ କାହିଁକି ବୋଲି ପ୍ରଶ୍ନ ହେଉଥିବା ବେଳେ ସମସ୍ତଙ୍କର ମୁହଁ । ତେବେ ଆଜି ଭତ୍ତା ବଣ୍ଟନ ଦାୟିତ୍ବରେ ଥିବା ପୌରପରିଷଦ କର୍ମଚାରୀ ସାମାଜିକ ଦୂରତା ପାଳନ ପ୍ରତି ସତର୍କ କରାଇବା ବଦଳରେ ନୀରବ ରହିଥିଲେ କାହିଁକି ବୋଲି ଏବେ ଉଠିଛି ପ୍ରଶ୍ନ ? ସେହିପରି ଘାତକ ସାଜିଥିବା କରୋନା ଭାଇରସ ସମ୍ପର୍କରେ ସମ୍ପୃକ୍ତ କର୍ମଚାରୀ ବାସ୍ତବରେ ସଚେତନ କି ନା, ଯଦି ସଚେତନ ତେବେ ଉପସ୍ଥିତ ହିତାଧିକାରୀଙ୍କୁ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦେବା ସହିତ ପ୍ରକାରାନ୍ତରେ ବାଧ୍ୟ କରିବା ବଦଳରେ ନିରବତା ଅବଲମ୍ବନ କରି ନୀରିହ ଅସହାୟ ଲୋକଙ୍କୁ ବିପଦ ମୁହାଁ କରିବା ପଛରେ କଣ ରହିଛି ସ୍ୱାର୍ଥ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ଉଚିତ କାର‌୍ୟ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି।
ତେବେ ଏଭଳି ଏକ ସ୍ପର୍ଶକାତର ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌରପରିଷଦ ଅନ୍ତର୍ଗତ ୮ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି। ଆଜି ପୌରପରିଷଦ ପକ୍ଷରୁ ବିଭାଗୀୟ କର୍ମଚାରୀ ଅସହାୟ, ବୃଦ୍ଧ, ବୃଦ୍ଧାଙ୍କ ଭତ୍ତା ବଣ୍ଟନ ପାଇଁ ସ୍ଥାନୀୟ ଦେଉଳସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ୟବସ୍ଥା କରିଥିଲେ । ଏହି ସମୟରେ ବିଦ୍ୟାଳୟର ଫାଟକ ବାହାରେ ଭିଡ ଦେଖିବାକୁ ମିଳିଥିଲା । ତେବେ ସେହି ରାସ୍ତାରେ ଯାଉଥିବା ଏସପି,ମୟୁରଭଞ୍ଜଙ୍କ ନଜରକୁ ଆସିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ କର୍ମଚାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାସ୍ଥଳରେ ଭିଡ଼ ନିୟନ୍ତ୍ରଣ କରି ଉପସ୍ଥିତ ପୌରକର୍ମଚାରୀଙ୍କୁ ତାଗିଦ କରିଥିଲେ। ଯାହାକୁ ନେଇ ପୌରକର୍ମଚାରୀଙ୍କ ପକ୍ଷରୁ କାର‌୍ୟ୍ୟାଳୟ ସମ୍ମୁଖରେ ହୋହାଲ୍ଲା ଆରମ୍ଭ ହୋଇଥିଲା। ପରେ ଅତିରିକ୍ତ ଏସପି,ଏସଡିପିଓ ପହଞ୍ଚି ବୁଝାଶୁଝା କରି ସମାଧାନ କରିଥିବା ଜଣାପଡିଛି। ତେବେ ମୁରବିବିହୀନ ବାରିପଦା ପୌରପରିଷଦ ପକ୍ଷରୁ ସବୁବେଳେ ସବୁକାମକୁ ହାଲକା ଭାବରେ ନେଉଥିବା ବେଳେ ଆଜି ମଧ୍ୟ ସାମାଜିକ ଦୁରତ୍ୱକୁ ଖୋଲାଖୋଲି ଭାବେ ଅବମାନନା କରିଛି ।
ପୌରପ୍ରଶାସନ ପକ୍ଷରୁ କୋଭିଡ଼-୧୯ର ମୁକାବିଲା ନିମନ୍ତେ ଜାରି କରାଯାଇଥିବା ମାର୍ଗଦର୍ଶୀକାକୁ କାର‌୍ୟ୍ୟକାରୀ କରାଯାଇ ନ ଥିବାରୁ ହିତାଧିକାରୀମାନେ ଭିଡ଼ ଜମାଇଥିବାର ଅଭିଯୋଗ ହେଉଛି । ପୌରପ୍ରଶାସନ କରୋନା ଭୂତାଣୁର ମୁକାବିଲା ନିମନ୍ତେ ବିଭିନ୍ନ ଉପାୟରେ ଜନସଚେତନତାମୁଳକ ବାର୍ତ୍ତା ପ୍ରଚାର କରି ଦାୟିତ୍ବ ଶେଷ କରିଥିବା ଭାବିନେଇ ହାଲୁକା ଭାବେ ଗ୍ରହଣ କରିଥିବାରୁ ଏହାକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଛି । ସେହିପରି ବାରିପଦା ପୌରପରିଷଦରେ ଭିଡ ଲାଗିଥିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନଜରକୁ ଆସିବା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସାଙ୍ଗକୁ କଡା଼ ଚେତାବନୀ ଦେବା ସହିତ ବିଭାଗୀୟ ପୋଲିସ ଅଧିକାରୀଙ୍କ ଦ୍ୱାରା ଭିଡ଼ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking