35.1 C
Bhubaneswar
Saturday, May 4, 2024
Homeଓଡିଶାରାଜ୍ୟରେ ପୁଣି ୨ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୨୦୮୫ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପୁଣି ୨ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୨୦୮୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ଗତ ପାଞ୍ଚଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ଗତକାଲି ତଳକୁ ଖସିଥିଲା । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ ସଂକ୍ରମଣ ୨ ହଜାର ତଳେ ରହିଥିଲା । ଗତ ମାସ ୧୪ ତାରିଖରୁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିବା ବେଳେ ୨ ହଜାର ତଳକୁ ଖସିବା ପାଇଁ ୨୮ ଦିନ ଲାଗିଥିଲା । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଆଜି ପୁଣି ସଂକ୍ରମଣ ୨ ହଜାର ଉପରକୁ ଟପିଛି । ଏହା ମଧ୍ୟରେ ଆଜି ୨୦୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୯୮ ଓ ସ୍ଥାନୀୟ ଅଞ୍ଚଳରୁ ୮୮୭ ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୫୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୨୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୧୧୩, ବରଗଡ଼ରୁ ୧୫, ଭଦ୍ରକରୁ ୧୭୩, ବଲାଙ୍ଗୀରରୁ ୭, ବୌଦ୍ଧରୁ ୩, ଦେବଗଡ଼ରୁ ୪, ଢ଼େଙ୍କାନାଳରୁ ୪୧, ଗଜପତିରୁ ୧୯, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୧୩୨, ଝାରସୁଗୁଡ଼ାରୁ ୨, ଗଳାହାଣ୍ଡିରୁ ୧୦, ଗନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୯୪, କେନ୍ଦୁଝରରୁ ୨୪, କୋରାପୁଟ ୧୬, ମାଲକାନାଗିରିରୁ ୧୯, ମୟୂରଭଞ୍ଜ ୮୪, ନବରଙ୍ଗପୁର ୧୮, ନୟାଗଡ଼ ୬୦, ନୂଆପଡ଼ା ୫, ପୁରୀ ୧୦୬, ରାୟଗଡ଼ା ୧୪, ସମ୍ବଲପୁର ୩୬, ସୋନପୁର ୪, ସୁନ୍ଦରଗଡ଼ ୨୫, ଷ୍ଟେଟପୁଲରୁ ୧୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୮ ହଜାର ୫୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୩୨ ହଜାର ୬୬୬ ରହିଥିବା ବେଳେ ୨୦ ହଜାର ୧୬୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ କଟକ ଜିଲ୍ଲାରୁ ସର୍ବାଧିକ ୫୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking