27.1 C
Bhubaneswar
Thursday, April 25, 2024
Homeଓଡିଶାଆରମ୍ଭ ହେଲା ଶ୍ରୀଜୀଉଙ୍କ ପହଣ୍ଡି ବିଜେ

ଆରମ୍ଭ ହେଲା ଶ୍ରୀଜୀଉଙ୍କ ପହଣ୍ଡି ବିଜେ

ଭୁବନେଶ୍ୱର : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା । ଏହି ଅବସରରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ମାଆ ସୁଭଦ୍ରା ଓ କାଳିଆ ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ପ୍ରଭୁଙ୍କୁ ସେତ ଯେମିତି ଶ୍ରୀମନ୍ଦିର ହାତ ଠାରି ଡାକୁଛି । ଏହି ଅବସରରେ କାଳିଆକୁ ଶ୍ରୀମନ୍ଦିରକୁ ଭବ୍ୟ ବିଦାୟ ଦେବାକୁ ଆଡ଼ପ ମଣ୍ଡପ ପ୍ରସ୍ତୁତ ହୋଇ ରହିଛି । ତେବେ ବାହୁଡ଼ା ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଶେଷ ହୋଇଥିଲା । ସେହିପରି ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସମ୍ପନ୍ନ ହୋଇଥିଲା । ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ସେନାପଟା ଲାଗି ଶେଷ ହେବା ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking