38.1 C
Bhubaneswar
Friday, April 26, 2024
Homeକରୋନା ଓଡିଶାଟିକା ନେବାକୁ ଆସି କିଣୁଛନ୍ତି କରୋନା

ଟିକା ନେବାକୁ ଆସି କିଣୁଛନ୍ତି କରୋନା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକରେ ଚାଲିଥିବା କରୋନା ଟିକା ପ୍ରଥମ ପାନ ନେବା ପାଇଁ ଅନେକ ଜାଗାରେ ଦେଖିବାକୁ ମିଳୁଛି ପ୍ରବଳ ଜନ ଗହଳି ସହ ଠେଲା ପେଲା ଓ ଲମ୍ଭା ଧାଡି । ପୂର୍ବରୁ ଟିକା ନେବା ପାଇଁ ଗାଁ’ ଗହଳିରେ ଲୋକେ ନାରାଜ ହେଉଥିଲେ କିନ୍ତୁ ବର୍ତ୍ତମାନ ଟିକା ସରିବାକୁ ଆସୁଥିବା ବେଳେ ପ୍ରତ୍ୟକ ଦିନ ୩୦୦ ଶହରୁ ଊର୍ଦ୍ଧ୍ୱ ଲୋକେ ଟିକା ନେବା ପାଇଁ ଦୂର ଦୁରାନ୍ତରରୁ ଆସୁଛନ୍ତି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ । ଆଜିକୁ ୪ ଦିନ ହେଲା କଲ୍ୟାଣ ମଣ୍ଡପ ନିକଟରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି । କେବଳ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜାରି ରହିଛି ଟିକାକରଣ କାର୍ଯ୍ୟକ୍ରମ । ଦୁଇ ଦିନ ତଳେ ବଡ଼ସିନ୍ଧୁବା ପଞ୍ଚାୟତ ପରିସରରେ ଟିକା ନେବା ପାଇଁ ଗଣ୍ଡଗୋଳ ହୋଇଥିଲା । ବୁଝାସୁଝା ପରେ ଲୋକେ ନେଇଥିଲେ ଟିକା । ବର୍ତ୍ତମାନ ପ୍ରଶାସନ ଦିନକୁ ୨ ଶହ ଜଣଙ୍କୁ ଟିକାଦେବା ପାଇଁ ଧାର୍ଯ୍ୟ କରି ଥିବା ବେଳେ ବହୁ ସଂଖ୍ୟକ ଲୋକ ଟିକା ନେବା ପାଇଁ ରୁଣ୍ଢ ହେଉଛନ୍ତି । ଅନ୍ୟାନ୍ୟ ଅଞ୍ଚଳଗୁଡିକରେ ମୋବାଇଲ ଟାୱାର ନଥିବାରୁ ପଞ୍ଜିକୃତ ହୋଇ ପାରୁନି ଟିକା ଆଶାୟୀଙ୍କ ସଂଖ୍ୟା । ଯାହା ଫଳରେ ପ୍ରମାଣ ପତ୍ର ମିଳିବାରୁ ଲୋକେ ବଞ୍ଚିତ ହେବାର ଭୟ ମଧ୍ୟ ରହିଛି । ମୋହନା ମେଡିକାଲ ପରିସରରେ ଆଜି ସକାଳେ ଲମ୍ବା ଧାଡି ଲାଗିଥିଲା ଲୋକେ ଟିକା ନେବା ପାଇଁ । ଯାହାରି ମଧ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ, ମହିଳା ଏବଂ ଗର୍ଭବତୀ ମା’ ମଧ୍ୟ ରହିଛନ୍ତି । ଟିକା ନେବା ପାଇଁ ଆଶାୟୀ ଲୋକଙ୍କ ସଂଖ୍ୟା ୪ ଶହରୁ ଊର୍ଦ୍ଧ୍ୱ ରହିଥିବା ବେଳେ ଟିକା ଦିଆଗଲା ମାତ୍ର ୨୦୦ଜଣଙ୍କୁ । ଅନ୍ୟମାନେ ନିରାଶ ହୋଇ ଫେରି ଯାଇଥିଲେ ନିଜ ଗ୍ରାମକୁ । ମୋହନା ବ୍ଲକକୁ ଅଧିକ ପରିମାଣରେ ଟିକା ଯୋଗାଇବା ସହ ପ୍ରତ୍ୟେକ ପଞ୍ଚାୟତଗୁଡିକରେ ଟିକା ଦେବା ପାଇଁ କ୍ୟାମ୍ପ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking