28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଅଧିକ ମାରାତ୍ମକ ହୋଇପାରେ କରୋନାର ନୂଆ ଷ୍ଟ୍ରେନ

ଅଧିକ ମାରାତ୍ମକ ହୋଇପାରେ କରୋନାର ନୂଆ ଷ୍ଟ୍ରେନ

ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନାର ପ୍ରକୋପ କମିଥିବା ବେଳେ ଏବେ ପୁଣି ଏହା ଲେଉଟିବା ଆରମ୍ଭ କରିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ହେବା ପରେ ସେଠାରେ ଲକ ଡାଉନ ସମେତ ପୁନେରେ ନାଇଟ କର୍ଫ୍ୟୁ ମଧ୍ୟ ଜାରି ହୋଇଛି ।  କରୋନାର ନୂଆ ଷ୍ଟ୍ରେନ୍ ଭାରତରେ ଅଧିକ ମାରାତ୍ମକ ହୋଇପାରେ ବୋଲି କହିଛନ୍ତି ଏମ୍‌ସ ମୁଖ୍ୟ ଡା. ରଣଦୀପ୍ ଗୁଲେରିଆ  । ମହାରାଷ୍ଟ୍ରରେ ଦେଖାଯାଇଥିବା କରୋନାର ନୁଆ ଷ୍ଟ୍ରେନ୍ ମୂଳ କରୋନା ଭୂତାଣୁ ଅପେକ୍ଷା ଅଧିକ କ୍ଷତିକାରକ ବୋଲି ସେ କହିଛନ୍ତି । ବର୍ତମାନ ଏହି ଷ୍ଟ୍ରେନ ହାରାଷ୍ଟ୍ର ସମେତ କେରଳ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ପଞ୍ଜାବରେ ଆତଙ୍କ ଖେଳାଇବା ଆରମ୍ଭ କଲାଣି । କରୋନା ର ପ୍ରକୋପ ଅନେକାଂଶରେ କମିଥିବା ବେଳେ ଏବେ ନୂଆ ଷ୍ଟ୍ରେନ ସମସ୍ତଙ୍କ ମନରେ ଚିନ୍ତା ବଢ଼ାଇଛି । ଦେଶର ୩ କୋଟି ଫ୍ରଣ୍ଟଲାଇନ ୱାର୍କରଙ୍କୁ ପ୍ରଥମେ ଟିକା ଦିଆଯାଇଛି। ଏହାପରେ ୫୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ଦୂରାରୋଗ୍ୟରେ ପୀଡ଼ିତ ଥିବା ୨୭କୋଟି ଲୋକଙ୍କୁ ଟିକା ଦିଆଯିବ। ଅନ୍ୟପଟେ ଆମେରିକାରେ ଦୈନିକ ସଂକ୍ରମଣ ହାର କମୁଥିଲେ ବି ମୃତ୍ୟୁହାର କମିବା ନାଁ ଧରୁନି। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking