34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବିଗ୍ ବସ୍ ୧୪ ର ବିଜେତା ହେଲେ ରୁବିନା ଦିଲୈକ

ବିଗ୍ ବସ୍ ୧୪ ର ବିଜେତା ହେଲେ ରୁବିନା ଦିଲୈକ

ନୂଆଦିଲ୍ଲୀ : ରୁବିନା ଦିଲୈକ ବିଗ୍ ବସ୍ ୧୪ ଜିତିଛନ୍ତି  । ଏକ ଚମତ୍କାର ଖେଳ ଖେଳୁଥିବା ରୁବିନା ଦିଲୈକ (ବିଗ୍ ବସ୍ ୧୪ ର ବିଜେତା) ରାହୁଲ ବୈଦ୍ୟ ଙ୍କୁ ପରାସ୍ତ କରିଛନ୍ତି । ଏହାପୂର୍ବରୁ ରାଖୀ ସାୱନ୍ତ ବିଗ୍ ବସ୍ ୧୪ କୁ ବିଦାୟ ଜଣାଇଛନ୍ତି ଏବଂ ୧୪ ଲକ୍ଷ ଟଙ୍କା ନେଇ ସୋ ଛାଡିଛନ୍ତି । ରୁବିନା ନିଜର ପତି ଅଭିନବ ଶୁକ୍ଲାଙ୍କ ସହିତ ଥିଲେ । ସବୁବେଳେ ସେ ନିଜସ୍ୱ ଶୈଳୀ ଉପସ୍ଥାପନ କରୁଥିଲେ । ଅନେକ ସମୟରେ ସେ ଶୋ’ର ଆକର୍ଷକ ପାଲଟିଥିଲେ । ଶେଷରେ ରୁବିନା ନିଜର ବ୍ୟକ୍ତିତ୍ୱକୁ ଦର୍ଶକଙ୍କ ଆଗରେ ପ୍ରକାଶ କରିଛନ୍ତି । ଫଳରେ ସେ ଟ୍ରଫିର ଅଧିକାରିଣୀ ହୋଇପାରିଛନ୍ତି । ଶୋ’ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ୫ ଜଣ ପ୍ରତିଯୋଗୀଙ୍କୁ ସୁଯୋଗ ମିଳିଥିଲା । ଏଥିରେ ରୁବିନା ଦିଲୈକ, ନିକ୍କି ତମ୍ବୋଲି, ଅଲି ଗୋନୀ, ରାହୁଲ ବୈଦ୍ୟ ଓ ରାଖି ସାୱନ୍ତ । ଏହି ୫ ଜଣ ଶୋ’ରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ । ଗତ ବର୍ଷ ଅକ୍ଟୋବର ୩ ତାରିଖରେ ବିଗ ବସ୍ ଶୋ’ ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ପ୍ରଶଂସକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଛି । ଶୋ’ ମୋଟ ୧୩୮ ଦିନ ଯାଏଁ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking